fbpx

ଚିକେନ ପ୍ରେମୀଙ୍କ ପାଇଁ ଖୁସି ଖବର,ଆସିଲା KFCର ନୂଆ ବକେଟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ କେଏଫସି ଭାରତରେ ଏକ ସୀମିତ ସଂସ୍କରଣର ସ୍ୱତନ୍ତ୍ର ୧୫ ବକେଟ୍ ଉପସ୍ଥାପନ କରିଛି । ଯାହା ହେଉଛି ଏକ ସ୍ୱତନ୍ତ୍ର ଡିଜାଇନ୍ ସହ ଏକ ସୁନ୍ଦର ବକେଟ୍ (ବାଲ୍ଟି)। ଏହି ଆକର୍ଷଣୀୟ ବକେଟ୍ ଦେଶର ୧୫୦ ସହରରେ ବ୍ରାଣ୍ଡ୍ର ଉପସ୍ଥିତିକୁ ପାଳନ କରୁଛି ଏବଂ ଦେଶର ଉଦୀୟମାନ କଳାକାରଙ୍କ ଦ୍ୱାରା ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି । ତେବେ ଏହି ସ୍ୱତନ୍ତ୍ର ବକେଟ କେଏଫ୍ସିର ପସନ୍ଦର ଜିନିଷ ହଟ୍ ଆଣ୍ଡ୍ କ୍ରିସ୍ପି ଚିକେନ୍, ଚିକେନ୍ ଷ୍ଟ୍ରିପ୍ସ, ହଟ୍ ୱିଙ୍ଗ୍ସ ଏବଂ ଡିପ୍ସ ଓ କୁଲ୍ ପେପ୍ସିରେ ଭର୍ତି ହୋଇରହିଛି ।

ମାତ୍ର ଏହା ସୀମିତ ସମୟ ପାଇଁ ଉପଲବ୍ଧ ରହିଛି । ୬୨୯ ଟଙ୍କାରେ ଉପଲବ୍ଧ ହେଉଥିବା ଏହି ସ୍ୱତନ୍ତ୍ର୧୫ ବାଲ୍ଟି ସାରା ଦେଶର ସମସ୍ତ କେଏଫ୍ସି ରେସ୍ତୋରାଁରେ ଚଳିତ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଉପଲବ୍ଧ ହେବ।  ଏହାକୁ କେଏଫ୍ସିଆପ୍ କିମ୍ବା ୱେବସାଇଟ୍ ଜରିଆରେ ସହଜରେ ମଗାଇହେବ। କେଏଫ୍ସିର ସବୁ ଜିନିଷ ଭଳି ଏହି ବାଲ୍ଟି ମଧ୍ୟ କେଏଫ୍ସିର ଏସଏକ୍ସ ସୁରକ୍ଷା ପ୍ରତିଶ୍ରୁତି ସହ ଆସୁଛି, ଉଚ୍ଚ ମାନର ଖାଦ୍ୟସୁରକ୍ଷା ଓ ସ୍ୱଚ୍ଛତାର ପ୍ରତିଶ୍ରୁତି ସହ ଏହା ସିଗ୍ନେଚର ସ୍ୱାଦ ପ୍ରଦାନ କରୁଛି ।

Get real time updates directly on you device, subscribe now.