fbpx

ଏହି ୪ଟି କାରଣ ଯୋଗୁଁ ଭାଙ୍ଗିଯାଏ ପ୍ରେମ ସମ୍ପର୍କ, ଆପଣ କରୁନାହାନ୍ତି ତ ଏ ଭୁଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରେମରେ ରାଗ ରୁଷା ଅଭିମାନ ଥାଏ । ଆଉ ଏଥିରେ ଟିକେ ଭୁଲ୍ ହେଲେ ସମ୍ପର୍କ ଭାଙ୍ଗିଯିବାର ଆଶଙ୍କା ରହିଥାଏ । ତେଣୁ ସମ୍ପର୍କକୁ ଯୋଡ଼ି ରଖିବା ବେଳେ ବେଳେ କଷ୍ଟକର ହୋଇପଡ଼େ । ତେଣୁ ଆମେ ଦେଖିବାକୁ ପାଉ ଯେ, ପ୍ରଥମେ ଅର୍ଥାତ୍ ଆରମ୍ଭରୁ ଖୁବ୍ ଭଲ ରହିଥାଏ । ପାର୍ଟନର୍ ଙ୍କ ସହିତ ସମୟ ବିତାଇବା, ତାଙ୍କ କଥାକୁ ଧ୍ୟାନର ସହ ନେବା, ତାଙ୍କ ଇଚ୍ଛା ସବୁକୁ ପୂରା କରିବା ଏବଂ ଦୁହେଁ ଦୁହିଁଙ୍କର ସମ୍ପର୍କକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବା; ଏମିତି ଅନେକ କିଛି ଅନୁଭବ ହୋଇଥାଏ । କିନ୍ତୁ ସମୟ ବିତିବା ସହିତ ସମ୍ପର୍କରେ ରାଗ ରୁଷା, ଝଗଡ଼ା ଭଳି ଜିନିଷ ଜନ୍ମ ନେଇଥାଏ । ଅନେକ କ୍ଷେତ୍ରରେ ଏହି ସବୁ କାରଣରୁ ସମ୍ପର୍କ ଭାଙ୍ଗି ମଧ୍ୟ ଯାଇଥାଏ ।

ତେଣୁ ସମୟ ସହିତ କିପରି ପ୍ରେମ ଆହୁରି ମଜବୁତ୍ ହେବ ସେ ଦିଗରେ ଧ୍ୟାନ ଦେବା ଜରୁରୀ । ତେବେ କେଉଁ କେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ? ତେବେ ଚାଲନ୍ତୁ ଜାଣିବା ସମ୍ପର୍କ କେଉଁ କେଉଁ ତ୍ରୁଟି କାରଣରୁ ଭାଙ୍ଗିଥାଏ ।

୧. ସନ୍ଦେହ କରିବା

ଯଦି ଆପଣଙ୍କ ସମ୍ପର୍କରେ ସନ୍ଦେହ ରହିଛି ତେବେ ସମ୍ପର୍କ ଭାଙ୍ଗି ଯାଇପାରେ । କିଛି ଲୋକ ପ୍ରଥମରୁ ହିଁ ସନ୍ଦେହୀ ପ୍ରବୃତ୍ତିର ହୋଇଥାନ୍ତି । ଯାହା ସେମାନେ ଆଗକୁ ଯାଇ ନିଜ ପାର୍ଟନର୍ କୁ ସନ୍ଦେହ ନଜରରେ ସବୁବେଳେ ଦେଖନ୍ତି । ପାର୍ଟନର୍ ର ମୋବାଇଲ୍ ଫୋନ୍ ଚେକ୍ କରନ୍ତି, ସୋସିଆଲ ମିଡିଆ ଉପରେ ନଜର ରଖନ୍ତି, କେଉଁଠୁ ଆସୁଛନ୍ତି କେଉଁଠିକି ଯାଉଛନ୍ତି, କେଉଁ ସାଙ୍ଗଙ୍କ ସହ ମିଶୁଛନ୍ତି; ଏହିସବୁକୁ ନେଇ ପାର୍ଟନର୍ କୁ ବିନା କାରଣରେ ସନ୍ଦେହ କରନ୍ତି ।

୨. ଭରସା ନ କରିବା

ଅନେକ ଲୋକ ନିଜ ସାଥୀ ଉପରେ ବିଶ୍ୱାସ କରନ୍ତି ନାହିଁ । ସମ୍ପର୍କକୁ ମଜବୁତ୍ କରିବା ପାଇଁ ଜରୁରୀ ହେଉଛି ବିଶ୍ୱାସ । ନିଜ ପାର୍ଟନର୍ କୁ ସମୟ ଦିଅ ଯେ, ସେ ତୁମ ବିଶ୍ୱାସକୁ ବଜାୟ ରଖିପାରିବେ । ପାର୍ଟନର୍ ସହ ଭଲ ସମ୍ପର୍କରେ ରୁହନ୍ତୁ । ଭଲରେ କଥା ହୁଅନ୍ତୁ, ତେବେ ଯାଇ ସମ୍ପର୍କ ଦୀର୍ଘଜୀବୀ ହେବ ।

୩. ପାର୍ଟନର୍ କୁ ସମୟ ଦିଅନ୍ତୁ

ବର୍ତ୍ତମାନ ପ୍ରେମରେ ଗୋଟିଏ ସମସ୍ୟା ଅଧିକ ଦେଖାଦେଉଛି, ତାହା ହେଉଛି । ପାର୍ଟନର୍ କୁ ସମୟ ଦେବା । କାରଣ ବ୍ୟସ୍ତବହୁଳ ଜୀବନରେ ପ୍ରେମକୁ ବି ଧ୍ୟାନ ଦେବା ଦରକାର । କାରଣ ଏହି ସମୟର ଅଭାବ ସମ୍ପର୍କକୁ ଭାଙ୍ଗିଦିଏ । ଯେତେ ବ୍ୟସ୍ତ ରହିଲେ ମଧ୍ୟ ପାର୍ଟନର୍ କୁ ସମୟ ଦେବା ନିହାତି ଜରୁରୀ । ଏଥିରେ ନିଜ ପାର୍ଟନର୍ କୁ ବାହାରକୁ ବୁଲାଇ ନିଅନ୍ତୁ, ଡିନର୍ କରାଇବାକୁ ନିଅନ୍ତୁ ଏବଂ କେଉଁ ସ୍ଥାନକୁ ଟ୍ରିପ୍ ପ୍ଲାନ୍ ବି କରିପାରିବେ ।

୪. ପାର୍ଟନର୍ ର ପରିବାର ଲୋକଙ୍କୁ ସମ୍ମାନ ଦେବା

କିଛି ଲୋକ ନିଜର ପାର୍ଟନର୍ ର ସମ୍ମାନ କରନ୍ତି ନାହିଁ । ଆଉ କିଛି ପାର୍ଟନର୍ ର ପରିବାରକୁ ସମ୍ମାନ କରନ୍ତି ନାହିଁ । ଏଭଳି ଲୋକଙ୍କ ସମ୍ପର୍କରେ ଖୁବ୍ ଶୀଘ୍ର ଫାଟ ସୃଷ୍ଟି ହୁଏ । ଏହି କାରଣରୁ କପଲ୍ ମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୁଏ । ତେଣୁ ପାର୍ଟନର୍ ସହିତ ତାଙ୍କ ପରିବାର ଲୋକଙ୍କର ସମ୍ମାନ କରିବା ଦରକାର ।

 

Get real time updates directly on you device, subscribe now.