fbpx

ପୁଣି ଭାରତୀୟ ବଜାର ଉପରେ ଭରଷା ଦେଖାଇଲେ ବିଦେଶୀ ନିବେଶକ, ନଭେମ୍ବରରେ କଲେ ବଡ଼ ନିବେଶ

ମୁମ୍ବାଇ: ଲଗାତାର ଦୁଇ ମାସ ଧରି ଭାରତୀୟ ବଜାରରୁ ଟଙ୍କା ବାହାର କରିନେବା ପରେ ନଭେମ୍ବର ମାସରେ ପୁଣି ଭାରତୀୟ ବଜାର ମୁହାଁ ହୋଇଁଛନ୍ତି ବିଦେଶୀ ନିବେଶକ(ଏଫପିଆଇ) । ଆମାରୀକିୟ ଡଲାର ଦୁର୍ବଳ ହେବା ଏବଂ ଭାରତୀୟ ଅର୍ଥନୀତିରେ ସୁଧାରକୁ ଲକ୍ଷ୍ୟ କରି ବିଦେଶୀ ନିବେଶକମାନେ ନଭେମ୍ବରରେ ଭାରତୀୟ ବଜାର ଉପରେ ପୁଣି ଭରଷା କରିଛନ୍ତି । ଏହି ସମୟରେ ବିଦେଶୀ ନିବେଶକମାନେ ୩୬ ହଜାର ୩୨୯ କୋଟି ଟଙ୍କା ନିବେଶ କରିଥିଲେ ।

ଜୁଲାଇ, ଅଗଷ୍ଟ ପରେ ନଭେମ୍ବରରେ ତୃତୀୟ ମାସ ପାଇଁ ଭାରତୀୟ ବଜାରରେ ବିଦେଶି ନିବେଶ ବୃଦ୍ଧି ପାଇଛି । ଏହାଛଡ଼ା ଡିସେମ୍ବର ମାସ ଆରମ୍ଭ ମଧ୍ୟ ପଜିଟିଭ୍ ରହିଛି । ଆଗକୁ ଡିସେମ୍ବର ମାସରେ ବିଦଶୀ ନିବେଶ ଆହୁରୀ ବୃଦ୍ଧି ପାଇବ ବୋଲି ଅର୍ଥନୀତିଜ୍ଞ ଆଶା ରଖିଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ କୋଟି ଟଙ୍କା ଭାରତ୍ୟୀ ବଜାରରେ ବିଦେଶୀମାନେ ନିବେଶ କରିଛନ୍ତି । ଏହି ସମୟରେ ଏଫପିଆଇ ଲୋନ୍ ଏବଂ ବଣ୍ଡରୁ ୧୬୩୭ କୋଟି ଟଙ୍କା ଅପସାରଣ କରିଛନ୍ତି ।

 

Get real time updates directly on you device, subscribe now.