fbpx

ପୂର୍ବତନ ସେନାଧିକାରୀଙ୍କୁ ବିଚ ରାସ୍ତାରେ ଗୁଳିମାଡ: ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ବେଗୁନିଆପଡା(ଓଡ଼ିଶା ଭାସ୍କର): ଜନ ଗହଳି ସ୍ଥାନରେ ଗୁଳି ମାଡ । ଗୁଳି ମାଡ ପରେ ଲୁଟିଲେ ଦୁର୍ବୁତ୍ତ। ଏପରି ଘଟଣା ଦେଖିବାକୁ ମିଳିଛି କୋଦଳା ଥାନା ଅନ୍ତର୍ଗତ ନୂଆଗଡ ରାସ୍ତାରେ। ହୁମା ଗ୍ରାମର ପୁଷ୍ପ ପ୍ରକାଶ ବେହେରା ନିଜର ପୁଅ ପାଇଁ ବୋହୁ ଦେଖିବା ପାଇଁ ଅଙ୍ଗରଗାଁ ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘରକୁ ଯାଇଥିଲେ। ସେଠାରୁ ନିଜ ଘରକୁ ଫେରିବା ବାଟରେ ନୂଆଗଡ ଛକ ଠାରେ ଅଙ୍ଗରଗାଁ ପଟରୁ ୩ ଜଣ ଦୁର୍ବୁତ୍ତ ଆସି ପୁଷ୍ପଙ୍କୁ ଅଟକାଇ ମୁଣ୍ଡକୁ ମାଉଜର ଲଗାଇ ଲୁଟ କରିବା ବେଳେ ଧସ୍ତାଧସ୍ତି ହୋଇଥିଲା। ପରେ ତାଙ୍କୁ ତଳେ ପକାଇ ଦୁର୍ବୁତ୍ତ ତାଙ୍କ ଆଣ୍ଠୁକୁ ଗୁଳି କରିବା ସହ ଆହୁରି ୨ ରାଉଣ୍ଡ ଗୁଳି ଫାଇରିଂ କରିବା ସହ ତାଙ୍କ ଏ ଟି ଏମ କାର୍ଡ, ଆର୍ମି କାର୍ଡ,ନଗଦ ୧୨୦୦୦/- ,ମନିପର୍ସ ,ଓ ହେଲମେଟ ଛଡାଇ ନେଇଥିଲେ ।

ଲୁଟ ପରେ ଅଙ୍ଗରଗାଁ ଶାଳିଆ ଡ୍ୟାମ ରାସ୍ତାରେ କ୍ଷିପ୍ର ଗତିରେ ପଳାଇଥିଲେ। ଆହତ ପୁଷ୍ପଙ୍କୁ ତୁରନ୍ତ ସୁମଣ୍ଡଳ ମେଡିକାଲକୁ ଆଣିବା ପରେ ତାଙ୍କୁ ଚିକିତ୍ସା କରାଯାଇ ବ୍ରହ୍ମପୁର ପଠାଯାଇଛି। । ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହତ ପୁଷ୍ପ ନିକଟରେ ସେନା ବାହୀନିରୁ ଅବସର ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.