fbpx

ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଫିଟ ନୁହେଁ ଦିନେଶ କାର୍ତ୍ତିକ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ କରିବାର ସୁଯୋଗ ପାଇଛନ୍ତି । ଏହାପରେ ମଧ୍ୟ ତାଙ୍କ ଖେଳକୁ ନେଇ ଉଠିଛି ପ୍ରଶ୍ନବାଚୀ । ଯଦିଓ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଥିଲା, ତଥାପି ସେ କ’ଣ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯାଇ ପାରିବେ? ଏ ନେଇ ଚାଲିଛି ଆଲୋଚନା । ତେବେ ଗୌତମ ଗମ୍ଭୀରଙ୍କ ମତରେ ଏହାର ଉତ୍ତର ନକରାତ୍ମକ ରହିଛି ।

Dinesh Karthik will continue. But I still feel India could've played...' |  Cricket - Hindustan Times

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ କାର୍ତ୍ତିକଙ୍କର ୩୦ ରନର ପାଳିକୁ ନେଇ ଗମ୍ଭୀର କହିଛନ୍ତି ଯେ, ଏହା ଏକ ମୂଲ୍ୟବାନ ପାଳି । ଏହି ମ୍ୟାଚରେ ତାଙ୍କର ପ୍ରଦର୍ଶନକୁ ନେଇ ଖୁବ ପ୍ରଶଂସା କରିଛନ୍ତି ଗମ୍ଭୀର । ଅକ୍ଷର ପଟେଲଙ୍କ ପୂର୍ବରୁ କାର୍ତ୍ତିକଙ୍କୁ ଦେଖିବା ପାଇଁ ଚାହୁଁଥିଲେ ବୋଲି ମଧ୍ୟ ସେ ମତ ଦେଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଟି-୨୦ ବିଶ୍ୱକପ ସମ୍ପର୍କରେ ପଚରା ଯାଇଥିଲା, ତାଙ୍କ ଉତ୍ତର ସମସ୍ତଙ୍କୁ ଚମକାଇ ଦେଇଥିଲା । ଟି-୨୦ ବିଶ୍ୱକପରେ କାର୍ତ୍ତିକ ସିଲେକ୍ସନ ହେବା ଉଚିତ କି ନାହିଁ ବୋଲି ଗୌତମଙ୍କୁ ପ୍ରଶ୍ନ କରାଯାଇଥିଲା ।

Dinesh Karthik scored 30 off 21 balls in the 2nd T20 between India and  South Africa in Cuttack | Cricket News – India TV

ଏହାର ଉତ୍ତରରେ ଗମ୍ଭୀର କହିଥିଲେ ଯେ, ଏବେ କିଛି କହିବା ଉଚିତ ନୁହେଁ କାରଣ ବିଶ୍ୱକପ ଏବେ ବି ଦୂର ଅଛି । ଦଳରେ ସ୍ଥାନ ପାଇବାକୁ ହେଲେ ସେ ପର୍ଯ୍ୟନ୍ତ ତାଙ୍କୁ ଲଗାତାର ପ୍ରଦର୍ଶନ ଜାରି ରଖିବାକୁ ପଡିବ ବୋଳି କହିଛନ୍ତି ଗମ୍ଭୀର । କିନ୍ତୁ ଯଦି ସେ କେବଳ ଶେଷ ୩ ଓଭରରେ ବ୍ୟାଟିଂ କରିବାକୁ ଚାହିଁବେ, ତେବେ ଏହା ନିଶ୍ଚିତ ଅସୁବିଦା ହେବ । ଟପ-୭ରେ ଭାରତ ଏମିତି ଜଣେ ଖେଳାଳିଙ୍କୁ ଚାହିଁବ, ଯିଏ ବୋଲିଂ ମଧ୍ୟ କରି ପାରୁଥିବେ । ତେବେ ଏଥିପାଇଁ ଅକ୍ଷର ପଟେଲ ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି ।

Get real time updates directly on you device, subscribe now.