fbpx

ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ପରଲୋକ ଘଟିଛି । କ୍ୟାନ୍ସର ସହିତ କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦୋରା ।
ଓଡ଼ିଶା ବିଧାନସଭାରେ ପ୍ରହ୍ଲାଦ ଦୋରା ଦୁଇ ଦୁଇ ଥର ଉପ ବାଚସ୍ପତି ରହିଛନ୍ତି । ପ୍ରହ୍ଲାଦଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ସ୍ବର୍ଗତ ପ୍ରହ୍ଲାଦ ଦୋରା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଗ୍ରାମରେ ୧୮ ସେପ୍ଟେମ୍ବର ୧୯୪୬ ମସିହାରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଏ ଏଲଏଲବି ପାଶ କଲା ପରେ ଓକିଲାତି ପେଶାକୁ ଆପଣେଇଥିଲେ । ୧୯୭୧ ମସିହାରେ ଶ୍ରୀ ଦୋରା ଉତ୍କଳ କଂଗ୍ରେସରେ ଯୋଗ ଦେଇ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଢିଥିଲେ । ୧୯୭୭ ମସିହାରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁପଟ୍ଟନାୟକଙ୍କ ଜନତା ଦଳରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ । ସେ ୧୯୯୦ରେ ପୁନଶ୍ଚ ଜନତା ଦଳରୁ ବିଜୟ ଲାଭ କରିଥିଲା ବେଳେ ୨୦୦୪ରେ ବିଡେଡି ଟିକେଟରେ ଚିତ୍ରକୋଣ୍ଡାରୁ ବିଧାୟକ ଭାବେ ଜୟଯୁକ୍ତ ହୋଇଥିଲେ । ଉପ-ବାଚସ୍ପତି ଭାବେ ୨୦.୦୩.୧୯୯୦ ରୁ ୧୫.୦୩.୧୯୯୫ ଏବଂ ୦୩.୦୭.୨୦୦୪ ରୁ ୦୩.୦୭.୨୦୦୯ ପର୍ଯ୍ଯନ୍ତ ରହିଥିଲେ ।

Get real time updates directly on you device, subscribe now.