fbpx

ସୋନୁ ନିଗମ ବାପାଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ ଗିରଫ, ୭୦ ଲକ୍ଷ ଟଙ୍କା ଜବତ

ମୁମ୍ବାଇ: ଦୁଇଦିନ ପୂର୍ବରୁ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ବାପା ଅଗମ କୁମାର ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିଲା । ବର୍ତ୍ତମାନ ମୁମ୍ବାଇ ପୋଲିସ ଚୋରକୁ ଗିରଫ କରିବା କଥା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ଅଗମ କୁମାର ନିଗମଙ୍କ ଡ୍ରାଇଭରକୁ ଗିରଫ କରିଛି । ତାଙ୍କ ପାଖେ ଚୋରୀର ୭୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ୨୨ ମାର୍ଚ୍ଚ ଦିନ ସୋନୁ ନିଗମଙ୍କ ଭଉଣୀ ନିକିତା ନିଗମ ମୁମ୍ବାଇ ପୋଲିସ ପାଖରେ ନିଜ ପିତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରୀ ହୋଇଥିବାର ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗରେ ସେ ତାଙ୍କ ଡ୍ରାଇଭରଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ସନ୍ଦେହ ଆଧାରରେ ପୋଲିସ ଡ୍ରାଇଭରକୁ ଖୋଜିବାକୁ ଆରମ୍ଭ କରିଦେଲା ଏବଂ ଦୁଇଦିନ ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ପୋଲିସ ନିକଟରେ ଚୋରୀ କରିଥିବା କଥା ସ୍ୱୀକାର କରିଛି ଏବଂ ପୋଲିସ କୋହ୍ଲାପୁରରେ ଥିବା ୭୦ ଲକ୍ଷ ଟଙ୍କାକୁ ଜବତ କରି ନେଇଛି ।

ପୋଲିସ କହିବା ଅନୁସାରେ, ଅପରାଧୀ ଡ୍ରାଇଭର ଜଣକ ୮ ରୁ ୯ ମାସ ଧରି ଅଗମ କୁମାର ନିଗମଙ୍କ କାର ଚଲାଉଥିଲା । ହେଲେ ତାଙ୍କ କାମ ଠିକ ନଥିବାରୁ ତାଙ୍କୁ କାମରୁ ବାହାର କରାଯାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସେ ୨୨ ମାର୍ଚ୍ଚ ଦିନ କୌଣସି ଏକ ମୌକାରେ ଅଗମ କୁମାରଙ୍କ ଘରେ ପସି ଚୋରୀକୁ ଆଖ୍ୟା ଦେଇଥିଲା । ହେଲେ ଏହି ଡ୍ରାଇଭରଙ୍କ ସହ ଅନ୍ୟ କିଏ ଥିବାର ସନ୍ଦେହ କରାଯାଉଛି । ତେଣୁ ପୋଲିସ ଏହି ମାମଲରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.