fbpx

କରୋନାରେ ଭାରତୀୟ ହକିର ପୂର୍ବତନ କୋଚ୍ ଏମ.କେ କୌଶିକଙ୍କ ପରଲୋକ

ନୂଆଦିଲ୍ଲୀ.୮ ।୪: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ପ୍ରଶିକ୍ଷକ ଏମ.କେ କୌଶିକଙ୍କ ପରଲୋକ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ବୁଧବାର ଦିନ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ୧୯୮୦ ରେ ସେ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଦଳରେ ଥିଲେ । ୨୦୦୨ ମସିହାରେ ଏମ.କେ କୌଶିକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଏପ୍ରିଲ ୧୭ରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିଲା, କିନ୍ତୁ ଆରଟିପିସିଆର ଓ ରା଼ପିଡ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଏପ୍ରିଲ୍ ୨୪ ରେ କୌଶିକ ତାଙ୍କ ଛାତିର ସିଟି ସ୍କାନ କରିଥିଲେ ଓ କୋଭିଡ କାରଣରୁ ନିମୋନିଆ ହୋଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.