fbpx

ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ

ଶ୍ରୀନଗର, ୪ା୫: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ମାଲହୋତ୍ରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ଜାମ୍ମୁ କାଶ୍ମୀରର ଗଭର୍ଣ୍ଣର ଭାବେ ଦୁଇଥର ଦାୟିତ୍ୱ ତୁଲାଇଥିଲେ । ସେ ଦିଲ୍ଲୀର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିବା ସହିତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କେନ୍ଦ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିଲେ । ଏହାଛଡ଼ା ସେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଜଗମୋହନ ୧୯୮୪ ମସିହାରୁ ୧୯୮୯ ପର୍ଯ୍ୟନ୍ତ ଓ ୧୯୯୦ ମସିହାର ଜାନୁଆରୀ ମାସରୁ ମେ ମାସ ପର୍ଯ୍ୟନ୍ତ ଗଭର୍ଣ୍ଣର ପଦବୀରେ ରହିଥିଲେ । ସେ ରାଜ୍ୟପାଳ ପଦରେ ରହିଥିବା ସମୟରେ ଆତଙ୍କବାଦୀଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ । ଏତଦବ୍ୟତୀତ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସେ ସ୍ୱରଉତ୍ତୋଳନ କରିଥିଲେ ।

Get real time updates directly on you device, subscribe now.