fbpx

ବିଜୁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଏକ ପ୍ରହସନ ନୁହେଁ ତ? : ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ମତା । ଜାନୁଆରୀ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜନୈତିକ ଦଳରୁ ଜଣେ ଲେଖାଏଁ କର୍ମକର୍ତ୍ତା ପ୍ରତିନିଧିତ୍ୱ କରିବେ । ରାଜନୈତିକ ପ୍ରଚାର ମଧ୍ୟ ଦେଖିବାକୁ ମିିଳିଛି ।

ସେପଟେ ବିଜେଡିର ବିଏସକେୱାଇ କାର୍ଡ ବଣ୍ଟନକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପୌର ନିର୍ବାଚନ ପୂର୍ବରୁ ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ର୍ରେସ ନେତା । ସେ କହିଛନ୍ତି ଏହା କେବଳ ନିର୍ବାଚନ ପ୍ରଚାର ସ୍ମାର୍ଟ କାର୍ଡ ବଣ୍ଟନ ଏକ ପ୍ରହସନ । ସେ କହିଛନ୍ତି ରାଜ୍ୟରେ ୨ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ସେଥିରେ ପୁଣି ରାଜ୍ୟରେ ୨ ହଜାର ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଛି । ଏପର୍ଯ୍ୟନ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଦେଇପାରିନଥିବାବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏନେଇ ସେ ସାତଟି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସେ ପ୍ରଶ୍ନ କରିଛନ୍ତି ରାଜ୍ୟର ୯୬.୫ ଲକ୍ଷ ପରିବାର ନିମନ୍ତେ ମୋଟ ୧୫୦ କୋଟି ବ୍ୟୟ ବରାଦ ହୋଇଥିବାବେଳେ କେବଳ ପ୍ରଚାର ଏବଂ ପ୍ରସାର ପାଇଁ ୧୦୦ କୋଟି ଖର୍ଚ୍ଚ ହୋଇଛି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ।

ସରକାର ଘୋଷଣା କରିଥିବା ସହାୟତା ଅନୁଯାୟୀ ପରିବାରକୁ ବର୍ଷକୁ ୭.୫୦ ଲକ୍ଷ ଟଙ୍କା ଘୋଷଣା କରିଥିବାବେଳେ ଯଦି ୨% ପ୍ରତିଶତ ଲୋକ ଚିକିତ୍ସା ଚାହିବେ ବର୍ଷକୁ ୧୪ ହଜାର ୫୦୦ କୋଟି ଦରକାର ହେବ ଓ ଯଦି ୨୦ % ଚିକିତ୍ସା ଚାହିବେ ତେବେ ବର୍ଷକୁ ୧୪ ହଜାର କୋଟି ଦରକାର ହେବ ଏପରି କ୍ଷେତ୍ରରେ ସରକାର ଘୋଷଣା କରିଥିବା ପ୍ରାଇଭେଟ ହସ୍ପିଟାଲକୁ ପାଖାପାଖି ୨୦ ହଜାର କୋଟି ଟଙ୍କା ରାଜ୍ୟର ବାର୍ଷିକ ବଜେଟରେ ଯୋଗାଇ ପାରିବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ୨୦୨୧-୨୨ ବର୍ଷର ସ୍ୱାସ୍ଥ୍ୟ ବଜେଟରେ ବ୍ୟୟ ବରାଦ ହୋଇଥିବା ୯ ହଜାର ୧୬୪ କୋଟି ୨୬ ଲକ୍ଷର ତିନିଗୁଣ ଅର୍ଥାତ୍ ୨୭ ହଜାର କୋଟି ୨୦୨୨-୨୩ ସ୍ୱାସ୍ଥ୍ୟ ବଜେଟରେ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ।

ଡାକ୍ତରଖାନାକୁ ଆସିଥିବା ସ୍ମାର୍ଟ ହେଲଥକାର୍ଡଧାରୀ ରୋଗୀର ଚିକିତ୍ସାରେ ଅବହେଳା କରିବ ବା ରୋଗୀ ହଇରାଣ ହେବେ ସେଥିପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ । ସ୍ମାର୍ଟକାର୍ଡଧାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଆଗରୁ ପହଞ୍ଚିବାକୁ ପଡ଼ିବ କି ନାହିଁ ସରକାର ଏହାର ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କି ନାହିଁ? ଘୋଷଣା କରାଯାଇଥିବା ରାଶି ସ୍ମାର୍ଟକାର୍ଡରୁ ପେମେଣ୍ଟ ହେବ ନା ରୋଗୀ ପରିବାରକୁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି । କାର୍ଡରେ ପରିବାରର ସମସ୍ତ ସଦ୍ୟସଙ୍କ ପାଇଁ ସେବା ଯୋଗାଇ ଦିଆଯିବ ପାରିବ ବୋଲି ସରକାର କହିଛନ୍ତି ତେବେ ଏହି ପରିବାରର ସଂଜ୍ଞା କ’ଣ ବୋଲି ପ୍ରଶ୍ନ କରିଛନ୍ତି?

Get real time updates directly on you device, subscribe now.