fbpx

ମିସ୍ ୱାର୍ଲ୍ଟ ମନୁଶି ଚିଲର୍ ଏହି ବିଜନେସମ୍ୟାନଙ୍କୁ କରୁଛନ୍ତି ଡେଟ୍: ଜାଣନ୍ତୁ କାହାକୁ

ମୁମ୍ବାଇ: ପୂର୍ବ ମିସ୍ ୱାର୍ଲ୍ଡ ଏବଂ ବଲିଉଡ ଅଭିନେତ୍ରୀ ମନୁଶି ଚିଲର୍ ଏବେ ଲାଇମଲାଇଟରେ ଅଛନ୍ତି । କିନ୍ତୁ ଏବେ ତାଙ୍କର ଚର୍ଚ୍ଚା ଫିଲ୍ମକୁ ନେଇ ନୁହେଁ, ବରଂ ଲଭ ଲାଇଫକୁ ନେଇ ରହିଛି । ଆଜିକାଲି ମନୁଶି ନିଜ ପ୍ରେମ ଜୀବନକୁ ନେଇ ଆଲୋଚନାର ବିଷୟ ପାଲଟିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୂର୍ବତନ ମିସ୍ ୱାର୍ଲ୍ଡ ମନୁଶି ଚିଲର୍ ପ୍ରେମରେ ପଡିଛନ୍ତି। ପ୍ରକୃତରେ, ମନୁଶି ବ୍ୟବସାୟୀ ତଥା ଜେରୋଧା ସହ-ପ୍ରତିଷ୍ଠାତା ନିଖିଲ କାମାଥଙ୍କୁ ଡେଟ କରୁଛନ୍ତି। ସୂଚନା ଅନୁଯାୟୀ ଉଭୟ ବର୍ଷେ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି। ନିକଟରେ ଉଭୟ ଋଷିକେଶରେ ନଜର ଆସିଛନ୍ତି।

ନିଖିଲ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ସେ ହେଉଛନ୍ତି ଜେରୋଧା କମ୍ପାନୀର ସହ-ପ୍ରତିଷ୍ଠାତା। ସେ ୨୦୨୧ ମସିହାରେ ମନୁଶିଙ୍କୁ ଭେଟିଥିଲେ। ନିଖିଲ ୧୭ ବର୍ଷ ବୟସରେ ଏକ କଲ ସେଣ୍ଟରରେ ଚାକିରି ପାଇଥିଲେ। ତାଙ୍କର ଦରମା ମାତ୍ର ୮୦୦୦ ଟଙ୍କା ଥିଲା ଏବଂ ଆଜି ସେ ଦେଶର ବିଲିୟନେୟାର ତାଲିକାରେ ସ୍ଥାନ ପାଇଛନ୍ତି। ସେ ପୁର୍ବରୁ ବିବାହ ମଧ୍ୟ କରିଛନ୍ତି। ସେ ଇଟାଲୀର ଫ୍ଲୋରେନ୍ସରେ ଅମାଣ୍ଡାକୁ ବାହା ହୋଇଥିଲେ। କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ସେମାନ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

ମନୁଶି ୨୦୧୭ରେ ଦେଶ ପାଇଁ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ୨୦୨୨ ମସିହାରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସମ୍ରାଟ ପ୍ରୀଥିବୀରାଜ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଅବଶ୍ୟ, ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିପାରିନଥିଲା ଏବଂ ଏକ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା। ନିକଟରେ ଫେୟାର ମିଡିଲ୍ ଇଷ୍ଟ ଆୱାର୍ଡ ଶୋ’ରେ ସେ ପିନ୍ଧିଥିବା ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଥିଲେ। ଏଥିରେ ଅଭିନେତ୍ରୀ ହଳଦିଆ ରଙ୍ଗର ଏକ ଡିପ ନେକ୍ ଗାଉନ୍ ପିନ୍ଧିଥିଲେ। ଯାହାକୁ ପ୍ରଶଂସକମାନେ ଆଦୌ ପସନ୍ଦ କରିନଥିଲେ।

Who Is Nikhil Kamath? Bengaluru Business Allegedly Dating Manushi Chhillar

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମନୁଶି ଚିଲର ଏବଂ ନିଖିଲ କାମାଥ ସେମାନଙ୍କର ଡେଟିଂ କାହାଣୀକୁ କମ୍ ପ୍ରୋଫାଇଲ୍ ରଖିବାକୁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଉଭୟେ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଉଭୟ ଅନେକ ଥର ଟ୍ରିପରେ ମଧ୍ୟ ଯାଇଛନ୍ତି । ପ୍ରକାଶ ଯେ, ନିକଟରେ ଦୁହେଁ କ୍ୱାଲିଟି ସମୟ ବିତାଇବାକୁ ହୃଷିକେଶ ପହଞ୍ଚିଥିଲେ ।

Get real time updates directly on you device, subscribe now.