CHARIDHAM

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ,୧୦/୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମନମୋହନ ସିଂହଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ରାତିରେ ହିଁ ଦିଲ୍ଲୀ ଏମ୍ସକୁ ଅଣାଯାଇଛି। ଏମ୍ସରେ ତାଙ୍କୁ କୋରଡିୟୋ ଥେରୋସିକ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା ଚାଲିଛି।