fbpx

କଂଗ୍ରେସକୁ ଝଟକା: ବିଜେପିରେ ମିଶିଲେ ସୁନୀଲ ଜାଖର୍

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ଥିବା ସୁନିଲ ଜାଖର ଆଜି ବିଜେପିରେ ମିଶିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହା ସହ କଂଗ୍ରେସ ସହ ଜାଖର ପରିବାରର ୫୦ ବର୍ଷର ସମ୍ପର୍କ ଭାଙ୍ଗିଯାଇଛି ।

ତେବେ ସୁନୀଲଙ୍କ ପିତା ବଳରାମ ଜାଖର ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ ଓ କେନ୍ଦ୍ରମନ୍ତ୍ରୀ ଥିଲେ । ଅବଶ୍ୟ ତାଙ୍କ ଭଣଜା ସନ୍ଦୀପ ଜାଖର ଏବେବି କଂଗ୍ରେସରେ ଅଛନ୍ତି, ଯେ କି ସବୋହରର ବିଧାୟକ । ସୁନୀଲ ବିଜେପିରେ ଯୋଗଦେବାକୁ ନେଇ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।

ନିକଟରେ କଂଗ୍ରେସରୁ ସୁନୀଲ ଜାଖର ଇସ୍ତଫା ଦେଇଥିଲେ । ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ ସୁନୀଲ ଜାଖର୍ । କଂଗ୍ରେସର ଚିନ୍ତନ ଶିବିରର ପ୍ରଥମ ଦିନ ଭାବପ୍ରବଣ ବୟାନ ଜାରି କରି ଦରର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.