ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ AIIMSରେ ଭର୍ତ୍ତି । ଅସୁସ୍ଥତା କାରଣରୁ ୨ ଥର ଚେତା ହରାଇବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ ।
ଅଧିକାରୀମାନେ କହିଛନ୍ତି ଯେ, ଜାନୁଆରୀ ୧୦ ତାରିଖରେ ଧନଖର ଦୁଇଥର ଶୌଚାଳୟରେ ବେହୋସ ହୋଇଯାଇଥିଲେ ଏବଂ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଡାକ୍ତରମାନେ ଜଗଦୀପ ଧନଖରଙ୍କୁ ଅଧିକ ପରୀକ୍ଷା ପାଇଁ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏକ MRI ସ୍କାନ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
କହିରଖୁଛୁ ଯେ, ଜଗଦୀପ ଧନଖଡ ପୂର୍ବରୁ ଅନେକ ଥର ଏପରି ଚେତାଶୂନ୍ୟ ହୋଇଯାଇଛନ୍ତି ଏବଂ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ମୌସୁମୀ ଅଧିବେଶନରେ ଇସ୍ତଫା: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧, ୨୦୨୫ରେ ଆରମ୍ଭ ହୋଇଥିଲା। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅଧ୍ୟକ୍ଷ ଭାବରେ ଦିନବେଳା ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରିଥିଲେ। ସେହି ରାତିରେ, ଧନଖଡଙ୍କ ଇସ୍ତଫା ଉପରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ସେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ।
