fbpx

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଧିରେ ଧିରେ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୮.୨୯ ଫୁଟ ରହିଥିବା ବେଳେ ୩ ଲକ୍ଷ ୭୧ ହଜାର୨୬୪ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟର ଜଳ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଛି ।

ଅନ୍ୟପଟେ ଗତକାଲି ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । ହୀରାକୁଦର ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିସାରିଥିଲେ ବି ଜଳସ୍ତର ସ୍ଥିର ରହିଛି ।

Get real time updates directly on you device, subscribe now.