୨ ବିଦେଶିନୀଙ୍କୁ ଅପହରଣ ପରେ ଗଣ ଦୁଷ୍କର୍ମ; ଉପ-ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ସମେତ ୪ ଗିରଫ
ଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀଙ୍କ ଭିତରେ ଜଣେ ନେଦରଲ୍ୟାଣ୍ଡର ହୋଇଥିବା ବେଳେ ଅନ୍ୟ ଜଣେ ଭେନେଜୁଏଲାର
ଲାହୋର: ପାକିସ୍ତାନରେ ଦୁଇ ବିଦେଶୀ ଯୁବତୀଙ୍କୁ ଅପହରଣ ପରେ କରାଯାଇଥିଲା ଗଣ ଦୁଷ୍କର୍ମ। ଏହି ମାମଲାରେ ଲାହୋର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛିି। ଗିରଫଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାରଙ୍କ ସମ୍ପର୍କୀୟ ରହିଛନ୍ତି। ପୋଲିସ ଶୁକ୍ରବାର ଏହି ସୂଚନା ପ୍ରକାଶ କରିଛି। ଲାହୋରର ଏକ କୋର୍ଟରେ ଅଭିଯୁକ୍ତ ମହମ୍ମଦ ରଜା ଦାର, ହାସନ ରଜା, ସିକନ୍ଦର ଖାନ ଓ ସାଜିଦ ଅଲିଙ୍କୁ ହାଜର କରାଯାଇଛି।
ଗଣ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ରଜା ଦାର ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯେହେତୁ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଓ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାରଙ୍କ ଜଣେ ନିକଟ ସମ୍ପର୍କୀୟ ସହ ଜଡିତ, ତେଣୁ ପୋଲିସ ପ୍ରତ୍ୟେକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।
ଜୁନ୍ ୨୯ ତାରିଖରେ ଲାହୋରରେ ପାଞ୍ଚ ଜଣ ଯୁବକ ଦୁଇ ଜଣ ବିଦେଶୀ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀଙ୍କ ଭିତରେ ଜଣେ ନେଦରଲ୍ୟାଣ୍ଡର ହୋଇଥିବା ବେଳେ ଅନ୍ୟ ଜଣେ ଭେନେଜୁଏଲାର। ସେମାନଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସ୍ପେନରେ ଥିବା ପୀଡିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଲାହୋର ପୋଲିସ ମହିଳାମାନଙ୍କୁ ଉଦ୍ଧାର କରିଛି। ପୋଲିସ ଗୁରୁବାର ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି।
ପୁଲିସ କହିଛି; ପଞ୍ଚମ ଅଭିଯୁକ୍ତ ଫେରାର୍ ଅଛି। ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ପୀଡ଼ିତାମାନେ ପୋଲିସକୁ କହିଛନ୍ତି; ସେମାନେ ୨୦୨୫ ଅକ୍ଟୋବର ମାସରେ ସିଙ୍ଗାପୁରରେ ରଜା ଡାରଙ୍କୁ ଭେଟିଥିଲେ। ସେ ସେମାନଙ୍କୁ ପାକିସ୍ତାନ ଆସିବା ପାଇଁ କହିଥିଲା।
ରାଜା ମହିଳାଙ୍କ ପାକିସ୍ତାନ ଗସ୍ତ ପାଇଁ ବ୍ୟବସାୟିକ ଭିସା ବ୍ୟବସ୍ଥା କରିଥିଲା। ସେମାନେ ଜୁନ୍ ୨୯ ତାରିଖରେ ଲାହୋରରେ ପହଞ୍ଚିଥିଲେ। ପୀଡିତାଙ୍କ ମଧ୍ୟରୁ ଜଣେ ପୋଲିସକୁ କହିଥିଲେ; ଲାହୋରରେ ପହଞ୍ଚିବା ପରେ ରଜା ଓ ଅନ୍ୟ ସନ୍ଦିଗ୍ଧମାନେ ସେମାନଙ୍କୁ ଅପହରଣ କରି ଏକ ଘରକୁ ନେଇଯାଇଥିଲେ। ଯେଉଁଠାରେ ସେମାନେ ସେମାନଙ୍କୁ ବଳାତ୍କାର କରିଥିଲେ। ସେମାନଙ୍କ ମୁକ୍ତି ପାଇଁ ଟଙ୍କା ଦାବି କରିଥିଲେ।


