fbpx

ଏହି କମ୍ପାନୀ ଦେଉଛି ସାନଦାର୍ ଅଫର୍: ଗୋଟିଏ ରିଚାର୍ଜରେ ଚାଲିବ ପୂରା ପରିବାର

ନୂଆଦିଲ୍ଲୀ: ମୋବାଇଲ ବ୍ୟବହାର ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ମୋବାଇଲ ଫୋନ ଦାମ ସହ ରିଚାର୍ଜ ମୂଲ୍ୟ ବି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ ନିଜ ଗ୍ରାହକମାନଙ୍କ ପାଇଁ ଏକ ସାନଦାର୍ ଅଫର ଆଣିଛି । ତେବେ ବ୍ରାଣ୍ଡଗୁଡ଼ିକ ଅଲଗା ଅଲଗା ପ୍ଲାନରେ ଭିନ୍ନ ଅଫର ଦେଉଥିବା କଥା ତ ଆପଣ ଜାଣିଛନ୍ତି । କିନ୍ତୁ ଏୟାରଟେଲ ଗୋଟିଏ ପ୍ଲାନରେ ସବୁଠାରୁ ଅଧିକ ବେନିଫିଟ ଅଫର ଦେଉଛି ।

ଏହି ପ୍ଲାନରେ ୧ ମାସର ବୈଧତା ମିଳିବ । ଏୟରେଟେଲର ଏହି ପ୍ଲାନ୍ ଏକ ଫ୍ୟାମିଲି ରିଚାର୍ଜ । ଏହଳ ଏକ ପୋଷ୍ଟପେଡ ପ୍ଲାନ୍, ଯେଉଁଥିରେ ଗ୍ରାହକଙ୍କୁ ଅନେକ ଫାଇଦା ମିଳିବ । କମ୍ପାନୀ ଏହି ପ୍ଲାନରେ ଅନେକ ଅଫର ଦେଉଛି । ଅବଶ୍ୟ ଏହାର ଦାମ୍ ଟିକେ ମହଙ୍ଗା ଅଛି ।

କମ୍ପାନୀର ସବୁଠାରୁ ମହଙ୍ଗା ପୋଷ୍ଟପେଡ ପ୍ଲାନ୍ ୧୫୯୯ ଟଙ୍କାରେ ଆସୁଛି । ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତି ମାସରେ ୨୫୦ ଜିବି ଡାଟା ମିଳିବ । ଯଦି ଆପଣ ଏହି ରିଚାର୍ଜ ପ୍ଲାନ୍ କିଣନ୍ତି, ତେବେ ୩ ଜଣଙ୍କ ସହ ସଂଯୋଗ କରିପାରିବେ । ଅର୍ଥାତ୍ ଘରର ୩ ଅନ୍ୟ ସଦସ୍ୟ ଏଥିରେ ଯୋଡି ହୋଇପାରିବେ ।

ଏଥିରେ ସମସ୍ତ ଆଡିସନାଲ କନେକ୍ସନକୁ ୩୦ ଜିବି ଡାଟା ମିଳିବ । ଏହା ସହ ଏହି ପ୍ଲାନ୍ ୨୦୦ ଜିବି ଟାଡା ରୋଲଓଭର ସହ ଆସିବ । ସମସ୍ତ ଗ୍ରାହକଙ୍କୁ ଅନଲିମିଡେଟ କଲିଂର ସୁବିଧା ମିଳିବ । ଏଥିରେ ପ୍ରତିଦିନ ୧୦୦ ଏସଏମଏସ ଯିବ । ଏହା ସହ ଗ୍ରାହକଙ୍କୁ Airtel Thanks ଆପର ଫାଇଦା ମିଳିବ । ଗ୍ରାହକଙ୍କୁ Netflix, Amazon Prime, Disney+ Hotstar ଓ ଅନ୍ୟ OTT ପ୍ଲାଟଫର୍ମରେ ମାଗଣା subscription ମିଳିବ ।

Get real time updates directly on you device, subscribe now.