fbpx

ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ୪ ବର୍ଷର ଶିଶୁ ହେଲା ସୁସ୍ଥ, ଡାକ୍ତରୀ ଟିମକୁ ଧନ୍ୟବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକମାନେ ନୂଆ ନୂଆ ରୋଗରେ ସଂକ୍ରମିତ ହେଉଛନ୍ତି । ବେଳେବେଳେ ଛୋଟ ପିଲାଙ୍କୁ ମଧ୍ୟ କିଛି ବିରଳ ରୋଗ ହୋଇଥାଏ । ଏପରି ସ୍ଥଳେ ରୋଗୀର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ଏକ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ତେବେ ଏପରି ଭାବେ ଡାକ୍ତରଙ୍କ ସଂଘର୍ଷପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗୋଟିଏ ୪ ବର୍ଷର ଶିଶୁ ନୂଆ ଜୀବନ ପାଇଛି ।

ସୂଚନା ମୁତାବକ, ଗୋଟିଏ ୪ ବର୍ଷର ଶିଶୁ ଏନସେଫଲୋସଲେସ ରୋଗରେ ପୀଡ଼ିତ ଥିଲା । ଜନ୍ମଗତ ତ୍ରୁଟି କାରଣରୁ ଶିଶୁଟିର ମସ୍ତିଷ୍କର କିଛି ଅଂଶ ନାକ ରନ୍ଧ୍ରରେ ପ୍ରବେଶ କରିଥିଲା । ଫଳରେ ଶିଶୁଟି କେବଳ ବାମ ନାକ ପଟେ ହିଁ ଶ୍ୱାସକ୍ରିୟା କରିପାରୁଥିଲା । ଏପରିକି ଶିଶୁଟିର କ୍ରମାଗତ ବାନ୍ତି ହେବା ସହ ସେ ଗନ୍ଧ ବାରି ପାରୁନଥିଲା । ତେବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲର ଡାକ୍ତରୀ ଟିମ୍ ଶିଶୁଟିର ସଫଳ ଅସ୍ତ୍ରୋପଚାର କରାଇ ଏନସେଫଲୋସଲେସ ରୋଗରୁ ସୁସ୍ଥ କରିପାରିଛନ୍ତି ।

ପରୀକ୍ଷାରୁ ଜଣପାଡ଼ିଥିଲା, ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ଥିଲା ଓ ତାହା ମସ୍ତିଷ୍କର କିଛି ଅଂଶ ତଳକୁ ଚାଲିଆସିଥିଲା । ଏଭଳି ସମସ୍ୟା ଖୁବ୍ ବିରଳ ହୋଇଥାଏ । ପାଖାପାଖି ୩ ଲକ୍ଷରେ ଜଣେ ଶିଶୁଠାରେ ଏହି ସମସ୍ୟା ଦେଖାଦେଇଥାଏ । ଗତ ୫୨ ବର୍ଷ ମଧ୍ୟରେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ (ଏମ୍ସ) ନୂଆଦିଲ୍ଲୀରେ ପାଖାପାଖି ୧୪୦ଟି ଏଭଳି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର କହିଛନ୍ତି । ଅସ୍ତ୍ରୋପଚାର ପରେ ଏବେ ଶିଶୁଟି ଧୀରେଧୀରେ ଆରୋଗ୍ୟ ଲାଭ କରୁଛି । ୧୯୬୦-୭୦ ଦଶନ୍ଧି ବେଳକୁ ଏହି ଅସ୍ତ୍ରୋପଚାର ପାଇଁ ୧୦-୧୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ତାହା ମାତ୍ର ୩.୫ ଘଣ୍ଟାରେ ସମ୍ଭବ ହୋଇପାରୁଥିବା କୁହାଯାଇଛି ।

Get real time updates directly on you device, subscribe now.