fbpx

ଧରାପଡ଼ିଲେ ଠକ ପ୍ରେମୀ ଯୁଗଳ, ଚାକିରି ପ୍ରଲୋଭନ ଦେଖାଇ ଲୁଟୁଥିଲେ ଲୋକଙ୍କୁ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ସାଇବର ପୋଲିସ କବଜାରେ ବଣ୍ଟି ଔର ବବଲୀ ଗ୍ୟାଙ୍ଗ… ସରକାରୀ ଚାକିରି ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନା… ଟାର୍ଗେଟରେ ଥିଲେ କମ୍ପିଟେଟିଭ ଛାତ୍ରଛାତ୍ରୀ… ଆଉ ଠକେଇ ଟଙ୍କାରେ ବଞ୍ଚୁଥିଲେ ବିଳାସପୂର୍ଣ୍ଣ ଜୀବନ । ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ଗ୍ୟାଙ୍ଗ୍, ପୋଲିସ ଘଟଣାରେ ୩ ଜଣକୁ ଗିରଫ କରିଛି । ଆଉ ଏଭଳି ଏକ ଗ୍ୟାଙ୍ଗ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଅନେକ ଗୁମର ।

ଏଭଳି ଅପରାଧ ଘଟାଉଥିଲେ ଦୁଇ ପ୍ରେମୀ ଯୁଗଳ ଏବଂ ତାଙ୍କର ଜଣେ ସହଯୋଗୀ । ମଙ୍ଗୁଳି ସ୍ୱାଇଁ ଏବଂ ତାଙ୍କ ବାନ୍ଧବୀ ହିମାଦ୍ରୀ ପ୍ରଥମେ ଫେସବୁକ୍ ଜରିଆରେ ଫେକ୍ ଆଇଡି ଦ୍ୱାରା ଲୋକଙ୍କୁ ଠକୁଥିଲେ ଏବଂ ଏଥିରେ ତାଙ୍କର ସହଯୋଗ କରୁଥିଲେ ତାଙ୍କର ଜଣେ ସହଯୋଗୀ ଉମାକାନ୍ତ ।

ଠକଙ୍କ ଠକାମୀର ତରିକା ଥିଲା ବେଶ ନିଆରା । ଫେସବୁକରେ ସରକାରୀ ଚାକିରି ପାଇଁ ବିଜ୍ଞାପନ ଦେଉଥିଲେ । ଆର.କେ ସଲ୍ୟୁସନ ନାମକ ଏକ ୱେବସାଇଟ ଖୋଲି ଆଶାୟୀଙ୍କୁ ଚାକିରିର ପ୍ରଲୋଭନ ଦେଉଥିଲେ । ଆଉ ଯିଏ ଏମାନଙ୍କ ଜାଲରେ ଫସୁଥିଲା ତାକୁ କରିଦେଉଥିଲେ ସର୍ବସ୍ୱାନ୍ତ । ଫୋନ୍ କଲେ ଧମକ ବି ଦେଉଥିଲେ ।

ତେବେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଏହି ସବୁ କଥା ସାମ୍ନାକୁ ଆସିଥିଲା । ଏମାନଙ୍କ ନିକଟରୁ ଫୋଟୋ, ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି ତଥ୍ୟ ମିଳିଛି । ସେପଟେ କିନ୍ତୁ ଏହି ପ୍ରେମୀଯୁଗଳ ସବୁ ଅଭିଯୋଗକୁ ଏଡ଼ାଇ ଦେଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.