fbpx

WhatsApp ରେ ଶେଷ ହେବ କି ଫ୍ରୀ କଲ୍ ? ଜାଣନ୍ତୁ କେଉଁ ପରିବର୍ତ୍ତନର ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜିକାଲିର ଏହି ଆଧୁନିକ ସମୟରେ ବିଭିନ୍ନ ପ୍ରକାର ସୋସିଆଲ ଆପର ବ୍ୟବହାର ବଢିଛି । ତେବେ ଏହି ସବୁ ସୋସିଆଲ ଆପମାନଙ୍କ ମଧ୍ୟରେ ହ୍ୱାଟ୍ସଆପର ଚାହିଦା ଅଧିକ ଥିବାବେଳେ ତାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି ।କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ମନି ଟ୍ରଞ୍ଜାକସନ୍ ପର୍ଯ୍ୟନ୍ତ ସବୁକିଛି ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ହୋଇ ପାରୁଛି । ଯାହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ କମ୍ପାନୀ ଏହି ଆପରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣୁଛନ୍ତି । ତେବେ ଭାରତରେ ପ୍ରାୟ ୪୦ କୋଟିରୁ ଅଧିକ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି । ତେବେ ଏହି ହ୍ୱାଟ୍ସଆପ ଆପକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଅନେକ ୟୁଜର୍ସ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ଯାହାକି ନୂଆ ଟେଲିକମ୍ ବିଲର ଡ୍ରାଫ୍ଟ ପରେ ଅନୁମାନ କରାଯାଉଛି । ତେବେ ସରକାର ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୦୨ ର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଯାହାକି ଦୂରସଂଚାର ବିଭାଗର ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏଥିସହିତ ବିଭାଗ ବିଲ୍ ଉପରେ ଶିଳ୍ପସଂସ୍ଥାର ପରମାର୍ଶ ମଧ୍ୟ ମାଗିଛି । ତେବେ ଯଦି ଏହି ବିଲ ପାସ ହୋଇଯାଏ ତେବେ ଦୂରସଞ୍ଚାର ବିଭାଗ ଏହି ବିଲ ଅନୁଯାୟୀ କାର୍ଯ୍ୟ କରିବ । ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ରେ କିଛି ନୂତନ ଜିନିଷ ସାମିଲ କରାଯାଇଛି ।

ନେବାକୁ ହେବ ଟେଲିକମ୍ ଲାଇସେନ୍ସ:
ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ଅନୁଯାୟୀ ହ୍ୱାଟ୍ସଆପ, ସ୍କାଇପ୍,ଜୁମ୍, ଟେଲିଗ୍ରାମ୍ ଏବଂ ଗୁଗୁଲ୍ ଡୁଓ ପରି କଲିଙ୍ଗ କିମ୍ବା ମେସେଞ୍ଜିଙ୍ଗ ଆପକୁ ଲାଇସେନ୍ସ ପ୍ରପ୍ତ ହେବାକୁ ପଡିବ । ତେବେ ଏହି ଆପଗୁଡିକ ଭାତରରେ କାମ କରିବା ପାଇଁ ସେମାନଙ୍କୁ ଟେଲିକମ୍ କମ୍ପାନୀ ପରି ଲାଇସେନ୍ସର ଆବଶ୍ୟକ ହେବ । ଏଥିସହିତ ଙଞଞ ପ୍ଲାଟଫର୍ମଗୁଡିକୁ ମଧ୍ୟ ନୂତନ ଟେଲି କମ୍ୟୁନିକେସନ ବିଲରେ ଅନ୍ତର୍ଭୂକ୍ତ କରାଯାଇଛି । ସେବେଠାରୁ କଳ୍ପନାଜଳ୍ପନା ହେଉଛି ଯେ ଲୋକଙ୍କୁ ହ୍ୱାଟ୍ସଆପ୍ କଲିଂ ଏବଂ ଅନ୍ୟାନ୍ୟ ଆପ୍ ପାଇଁ ଫି ଦେବାକୁ ପଡିବ । କାରଣ ଏହି ଆପଗୁଡ଼ିକ ବର୍ତ୍ତମାନ କାର୍ଯ୍ୟକ୍ଷମ କରିବା ପାଇଁ ଲାଇସେନ୍ସର ଆବଶ୍ୟକତା ଅଛି । କିନ୍ତୁ ଏହି ଆପକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଯେଉଁ ଲାଇସେନ୍ସ ଦରକାର ତାହା କିପରି ପାଇବେ ଏବଂ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।

Get real time updates directly on you device, subscribe now.