fbpx

କୋଟି କୋଟି ଲୋକ ହେବେ ମାଲାମାଲ! ହୋଲିରେ ମିଳିବ ୨ଟି ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସିଖବର । ଯଦି ଆପଣ ଦେଶରେ ବଢୁଥିବା ଗ୍ୟାସର ମୂଲ୍ୟକୁ ନେଇ ଚିନ୍ତିତ, ତେବେ ଟେନସନ ନେବାର କୌଣସି ଆବଶ୍ୟକତା ନାହିଁ । ଏଥର ହୋଲିରେ ସରକାର ଆପଣଙ୍କୁ ୨ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ ଯୋଜନା କରୁଛନ୍ତି । ହଁ … ଆସନ୍ତୁ ଆପଣଙ୍କୁ ଜାଣିବା କେଉଁ ଲୋକମାନେ ଏହି ସୁବିଧା ପାଇବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ ହେଉଛି, ଯାହା ଅଧୀନରେ ସରକାର ମାଗଣା ଗ୍ୟାସ୍‌ ସିଲିଣ୍ଡର ଏବଂ ଏହା ଉପରେ ସବ୍‌ସିଡି ସୁବିଧା ମଧ୍ୟ ଦେଉଛନ୍ତି ।

ଉତ୍ତର ପ୍ରଦେଶରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ଏହି ଉପହାର ସେଠାକାର ରାଜ୍ୟ ସରକାରଙ୍କ ତରଫରୁ ମିଳିବ । ୟୁପିର ଖାଦ୍ୟ ଏବଂ ଯୋଗାଣ ବିଭାଗ ମାଗଣା ସିଲିଣ୍ଡର ଦେବାର ପ୍ରସ୍ତାବ ବିତ୍ତ ବିଭାଗକୁ ପଠାଇଛି । ଏହା ଉପରେ ସରକାରଙ୍କ ତରଫରୁ ବଜେଟ୍‌ ମିଳିବା ପରେ ହିଁ ମାଗଣା ଗ୍ୟାସ୍‌ ସିଲିଣ୍ଡର ବାଣ୍ଟିବା କାର୍ଯ୍ୟ ଆରମ୍ଭ କରାଯିବ ।

ୟୁପିର ଯୋଗୀ ସରକାର ନିର୍ବାଚନ ସମୟରେ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଏଥର ହୋଲିରେ ଆପଣଙ୍କୁ ପ୍ରଥମ ମାଗଣା ସିଲିଣ୍ଡର ଦିଆଯିବ ଏବଂ ଦ୍ୱିତୀୟ ମାଗଣା ସିଲିଣ୍ଡର ଆପଣଙ୍କୁ ଦୀପାବଳିରେ ମିଳିବ ।

ରାଜ୍ୟ ସରକାରଙ୍କ ତରଫରୁ ଏହି ମାଗଣା ଗ୍ୟାସ୍‌ ସିଲିଣ୍ଡରର ଫାଇଦା ପାଖାପାଖି ୧.୬୫ କୋଟି ଲାଭାର୍ଥୀଙ୍କୁ ମିଳିବ । ମାଗଣା ସିଲିଣ୍ଡର ପାଇଁ ସରକାରଙ୍କ ଉପରେ ପାଖାପାଖି ୩୦୦୦ କୋଟି ଟଙ୍କାର ବିତ୍ତୀୟ ଭାର ଆସିବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.