fbpx

ସରକାରଙ୍କ ଏହି ଯୋଜନାରେ ମାଗଣାରେ ମିଳିବ ସିଲେଇ ମେସିନ୍: ବିନା ଖର୍ଚ୍ଚରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ସିଲେଇର କାମ କରି ଟଙ୍କା ରୋଜକାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ର ଶୁଭାରମ୍ଭ କରିଥିଲେ । ଦେଶର ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।

ଏହି ଯୋଜନା ଅଧିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଓ ଶ୍ରମିକ ମହିଳାମାନଙ୍କୁ ମାଗଣାରେ ସିଲାଇ ମେସିନ୍ ଦିଆଯିବ । ଏହି ଯୋଜନା ମାଧ୍ୟମରେ ମହିଳା ସିଲେଇ ମେସିନରୁ ଘରେ ବସି ରୋଜଗାର କରିପାରିବେ । ସିଲେଇ ମେସିନ୍ ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ । ପ୍ରତ୍ୟେକ ରାଜ୍ୟର ପ୍ରାୟ ୫୦,୦୦୦ ମହିଳାଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।
ପ୍ରଧାନମନ୍ତ୍ରୀ ଫ୍ରି ସିଲେଇ ମେସିନ୍ ଯୋଜନା ଦ୍ୱାରା ମହିଳାଙ୍କର ଆର୍ଥିକ ସମସ୍ୟା ଦୂର ହେବ । ଏହି ଯୋଜନା ଅଧିନରେ ୨୦ରୁ ୪୦ ବର୍ଷର ମହିଳା ଆବେଦନ କରିପାରିବେ । ସେମାନଙ୍କୁ ସିଲେଇ ମେସିନ୍ ପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବନାହିଁ ।

କିପରି କରିବେ ଆବେଦନ:-
ସର୍ବପ୍ରଥମେ ଆପଣ ୱେବସାଇଟକୁ ଯାଆନ୍ତୁ । ସେଠାରେ ମାଗଣା ସିଲେଇ ମେସିନ୍ ପାଇବା ପାଇଁ ଦିଆଯାଇଥିବା ଆବେଦନ ପତ୍ରକୁ ଡାଉନଲୋଡ କରନ୍ତି । ଏହା ପରେ ଆବେଦନ ପତ୍ରରେ ନିଜର ତଥ୍ୟ ପୂରଣ କରନ୍ତୁ । ଶେଷରେ ସେଥିରେ ମଗାଯାଇଥିବା ଡକ୍ୟୁମେଣ୍ଟକୁ ଆଟାଚ୍ କରନ୍ତୁ ।

ଆବେଦନ ପତ୍ରକୁ ସଂପୃକ୍ତ କାର୍ଯ୍ୟାଳୟରେ ସବମିଟ୍ କରିବା ପରେ ଆପଣଙ୍କ ଆବେଦନ ପତ୍ରର ଯାଞ୍ଚ ହେବ । ଏହା ପରେ ଆପଣଙ୍କ ଆପ୍ଲିକେସନ ଫର୍ମ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ହେବ । ଏହା ପରେ ଆପଣଙ୍କୁ ମାଗଣାରେ ସିଲେଇ ମେସିନ୍ ମିଳିଯିବ ।

ଯୋଜନା ପାଇଁ ଯୋଗ୍ୟତା:-
ପ୍ରଧାନମନ୍ତ୍ରୀ ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ ଅଧିନରେ ଆବେଦନ କରୁଥିବା ମହିଳାଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଯୋଜନା ଅନ୍ତର୍ଗତ ଶ୍ରମିକ ମହିଳାଙ୍କ ସ୍ୱାମୀଙ୍କ ରୋଜଗାର ୧୨,୦୦୦ରୁ ଅଧିକ ନହେଇଥିବା ଦରକାର । ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଥିବା ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ପ୍ରତି ରାଜ୍ୟର ୫୦ ହଜାର ମହିଳାଙ୍କୁ ମାଗଣାରେ ସିଲେଇ ମେସିନ୍ ଯୋଗାଇବେ କେନ୍ଦ୍ର ସରକାର ।

Get real time updates directly on you device, subscribe now.