ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କୁ ବୋମାରେ ଉଡାଇ ଦେବାର ଧମକ

ଏହି ଇ-ମେଲ୍‌ରେ ପଞ୍ଜାବ ବିଜେପି ମୁଖ୍ୟାଳୟ ଏବଂ ଦଳର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବୋମା ଧମକ ପରେ ଉକ୍ତ ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି।

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ବାସଭବନକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ବୁଧବାର ଦିନ ଏକ ନୂଆ ଧମକ ମିଳିଛି। ଏହା ସହିତ ବିଜେପି ସଭାପତି ସୁନୀଲ ଜାଖଡ଼ଙ୍କୁ ମଧ୍ୟ ଏକ ଇ-ମେଲ୍ ଜରିଆରେ ବୋମା ମାଡ଼ର ଧମକ ଦିଆଯାଇଛି। ଏହି ଇ-ମେଲ୍‌ରେ ପଞ୍ଜାବ ବିଜେପି ମୁଖ୍ୟାଳୟ ଏବଂ ଦଳର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବୋମା ଧମକ ପରେ ଉକ୍ତ ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି।