ରକ୍ତାକ୍ତ ନାବାଳିକାଙ୍କ ବେକରେ ଛୁରୀ ଲଗାଇ ଛିଡ଼ା ହୋଇଥିଲା ଅଭିଯୁକ୍ତ!

ମହାରାଷ୍ଟ୍ର ଥାନେର ପ୍ରତିଷ୍ଠିତ ଡାକ୍ତର ଦମ୍ପତିଙ୍କ ପୁଅ ହେଉଛନ୍ତି ନିର୍ମୟ ମାଧବ ପଖାରେ। ସେ ବିବିଏ ପାଠ ପଢ଼ିଛନ୍ତି

ମୁମ୍ବାଇ: ଶାରୀରିକ ସମ୍ପର୍କ ରଖିବ ବୋଲି ୧୯ ବର୍ଷୀୟା ନାବାଳିକାକୁ ଅପହରଣ କଲା। ଆପାର୍ଟମେଣ୍ଟରେ ୨୦ ଘଣ୍ଟା ଧରି ବନ୍ଦୀ ରଖିଲା। ତା’ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା। ଛୁରୀରେ ଆକ୍ରମଣ କରି ରକ୍ତାକ୍ତ କଲା। ଏପରି ଘଟଣା ମହାରାଷ୍ଟ୍ରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି।

ମହାରାଷ୍ଟ୍ର ଥାନେର ପ୍ରତିଷ୍ଠିତ ଡାକ୍ତର ଦମ୍ପତିଙ୍କ ପୁଅ ହେଉଛନ୍ତି ନିର୍ମୟ ମାଧବ ପଖାରେ। ସେ ବିବିଏ ପାଠ ପଢ଼ିଛନ୍ତି। ଦକ୍ଷିଣ ନାଗପୁରର ଦିଘୋରି ଅଞ୍ଚଳରେ ଏକ ଫ୍ଲାଟ୍ ଭଡ଼ାରେ ନେଇ ରହୁଥିଲେ। ଫୁଡ଼ ଡେଲିଭରୀ କାମ କରୁଥିଲେ। ଅନଲାଇନ୍ ଠକେଇ ପାଇଁ ‘ଆକାଶ ମେହରା’ ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟରେ ନାବାଳିକାଙ୍କୁ ଟାର୍ଗେଟ କରୁଥିଲେ। ପ୍ରଥମେ ଧନୀ ଘରର ଝିଅଙ୍କୁ ଫ୍ରେଣ୍ଡରିକ୍ୱେଷ୍ଟ ପଠାଉଥିଲେ। ତା’ପରେ ଫୋନ୍ ନମ୍ବର ନେଇ ମିଠାମିଠା କଥା କହି ମନ ଜିଣୁଥିଲେ।

ଅଭିଯୋଗ ଅନୁସାରେ ନିର୍ମୟ ମାଧବଙ୍କ ଏହି ଜାଲରେ ପଡ଼ିଥିଲେ ହୁଡକେଶ୍ୱର ଥାନା ଅଞ୍ଚଳରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ୧୯ ବର୍ଷୀୟା ନାବାଳିକା ଜିନା (ଛଦ୍ମନାମ)। ନିର୍ମୟ ମାଧବ ଇନ୍‌ଷ୍ଟାଗ୍ରାମରେ ଜିନାଙ୍କୁ ଫସାଇଥିିଲେ। ପ୍ରଥମେ ବନ୍ଧୁତା କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ପ୍ରେମରେ ପଡ଼ିଥିଲେ। ଆଉ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ। ସେହି ସମୟରେ ଚତୁର ନିର୍ମୟ ମାଧବ କିଛି ଭିଡିଓ ଓ ଫଟୋ କ୍ୟାପଚର କରିନେଇଥିଲେ।

ସମ୍ପର୍କ ନିବିଡ଼ ହେବା ପରେ ଜିନାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ନିର୍ମୟ ମାଧବ। ହେଲେ ରାଜି ହେଲେନାହିଁ ଜିନା। ରୋକ୍‌ଠୋକ ମନା କରିଦେଇଥିଲେ। ତା’ପରେ ନିଜ ରଙ୍ଗ ଦେଖାଇଥିଲେ ନିର୍ମୟ ମାଧବ। ପୁରୁଣା ଭିଡିଓ ଓ ଫଟୋ ଦେଖାଇ ବ୍ଲକା ମେଲ କରିଥିଲେ। ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ନାବାଳିକା ଜିନା।

Uttarakhand Govt.

ଲୋକ ଲଜ୍ଜ୍ୟା ଭୟରେ ପୀଡ଼ିତା କାହାକୁ ଏ ସମ୍ପର୍କରେ କହିପାରୁନଥିଲେ। ଦିନେ ହଠାତ ଘରର ବଢ଼ିଲା ଝିଅ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଖୋଜିଲେ ମଧ୍ୟ ପାଇନଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା। ଆଉ ନାବାଳିକାଙ୍କ ମୋବାଇଲ ଲୋକେସନ୍ ଟ୍ରାକ୍ କରିଥିଲା।

ଫୋନ୍ ନମ୍ବର ଓ ଇନ୍‌ଷ୍ଟାଗ୍ରାମ ତଥ୍ୟରୁ ଥାଣେ ଅଞ୍ଚଳରେ ପୀଡ଼ିତାଙ୍କୁ ଅଭିଯୁକ୍ତ ନିର୍ମୟ ମାଧବ ବନ୍ଦୀ କରି ରଖିଥିବା ସୂଚନା ମିଳିଥିଲା। ଏହା ପରେ ପୋଲିସ ନିର୍ମୟ ମାଧବଙ୍କ ପରିବାର ଲୋକଙ୍କ ସହିତ ଯୋଗଯୋଗ କରିଥିଲା।

ନିର୍ମୟ ମାଧବଙ୍କ ମାଆଙ୍କ ମାଧ୍ୟମରେ ଫୋନ୍ କରାଇଥିଲା ପୋଲିସ। ମାଆଙ୍କ ଫୋନ୍ କଲ ପାଇବା ପରେ ନିର୍ମୟ ମାଧବ ରିସିଭ କରିଥିଲେ। ତା’ପରେ ତାଙ୍କ ଘରର ଲୋକେସନ୍ ପାଇଥିଲା। ଏହା ପରେ ପୋଲିସ ସେହି ଘରେ ଚଢ଼ାଉ କରିଥିଲା। ଘରେ ଚଢ଼ାଉ ବେଳେ ୩୦ରୁ ଅଧିକ ଧାରୁଆ ଅସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା। ପୀଡ଼ିତା ଗୁରୁତର ଅବସ୍ଥାରେ ଥିଲେ। ତାଙ୍କ ହାତକୁ ଛୁରୀର କଟା ଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ବରିଷ୍ଠ ପୋଲିସ ନିରୀକ୍ଷକ ଅନାମିକା ମିର୍ଜାପୁରେ କହିଛନ୍ତି; ଅଭିଯୁକ୍ତ ନିର୍ମୟ ମାଧବ ପଖାରେଙ୍କୁ ଅଦାଲତରେ ହାଜର କରାଯାଇ ଦୁଇ ଦିନିଆ ପୋଲିସ ରିମାଣ୍ଡକୁ ନିଆଯାଇଛି। ନାଗପୁର ପୋଲିସ ୨୦ ଘଣ୍ଟାର ଦୀର୍ଘ ଅଭିଯାନ ପରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତକୁ ଗିରଫ କରିଛି।