କଟକ ସି.ଡ଼ି.ଏ. ଠାରେ ଉଦଘାଟିତ ହେଲା ଫ୍ରୋଜିଟ୍ ର ୧୫ ତମ ଆଉଟଲେଟ୍, ପ୍ରଥମ ସପ୍ତାହରେ ୧୫% ରିହାତି

କଟକ: କଟକ ବାସୀଙ୍କ ପାଇଁ ଖୁସି ଖବର। କାରଣ କଟକର ସି.ଡ଼ି.ଏ ସେକ୍ଟର ୯ ଠାରେ ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉଦ୍ୟୋଗ
ଫ୍ରୋଜିଟ୍ ର ୧୫ତମ ଆଉଟଲେଟ୍ ୧୨ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି।

ଏହି ଆଉଟଲେଟକୁ ଉଦଘାଟନ କରିଛନ୍ତି ଫ୍ରୋଜିଟ୍ ର ପ୍ରତିଷ୍ଠାତା, ନିର୍ଦ୍ଦେଶିକା ତଥା ଓଡ଼ିଶାର ବିଶିଷ୍ଟ ଯୁବ ମହିଳା ଉଦ୍ୟୋଗୀ ଶ୍ରୀମତି ରଶ୍ମି ସାହୁ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ନିର୍ଦ୍ଦେଶକ ଡ଼. ଅଭିନାଶ ନନ୍ଦ, ପ୍ରଯୋଜକ ଓ ଚଳଚ୍ଚିତ୍ର ସଂରକ୍ଷକ ଶ୍ରୀ ବାପୁ ଲେଙ୍କା, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଶରତ ନାୟକ, ବିଶିଷ୍ଟ ଗୀତିକାର ଶ୍ରୀ ଅରୁଣ ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ଓଡ଼ିଶାର ପ୍ରଥମ ଫ୍ରୋଜେନ୍ ଫୁଡ଼୍ ଉଦ୍ୟୋଗ ଫ୍ରୋଜିଟ୍ ଦୀର୍ଘ ୧୩ ବର୍ଷ ଧରି ସବୁବେଳେ ସମୟ ଉପଯୋଗୀ ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇ ଆସିଛି। ବିଭିନ୍ନ ବର୍ଗର ଲୋକମାନେ ସେମାନଙ୍କ ମନପସନ୍ଦର ଖାଦ୍ୟ ଏହି ଫ୍ରୋଜିଟ୍ ଆଉଟଲେଟ୍ ରେ ପାଇପାରିବେ। ପିଜା, ବର୍ଗର, ସ୍ୟାଣ୍ଡଓ୍ୱିଚ୍, ପଫ୍, କେକ୍, ପେଟିସ୍, ପ୍ୟାଷ୍ଟ୍ରି, କଫି, ପାଉଁରୁଟି, କୁକିଜ୍, କୋଲଡ୍ କଫି ଆଦି ସୁଲଭ ଓ ସୁବିଧା ଦରରେ ଏଠାରେ ଉପଲବ୍ଧ ରହିଛି।

ଏହାସହ ବିଭିନ୍ନ ପ୍ରକାର ମୃଦୁ ପାନୀୟ ଯଥା ରସିଲେ, ଲିଚି ଆଦି ମଧ୍ୟ ଏହି ଫ୍ରୋଜିଟ୍ ଆଉଟଲେଟ୍ ରେ ଉପଲବ୍ଧ ରହିଛି। ସମସ୍ତ ଖାଦ୍ୟପ୍ରେମୀ ମାନଙ୍କ ପାଇଁ ଉଦ୍ଘାଟନର ପ୍ରଥମ ସପ୍ତାହରେ ୧୫% ବିଶେଷ ରିହାତି ରହିବ ବୋଲି ପ୍ରକାଶ କରିଥିଲେ ଆଉଟଲେଟ୍ ର ମୂଖ୍ୟ ଦ୍ୟାନିସ୍ ସ୍ୱାଇଁ।

ଲୋକଙ୍କ ରୁଚିକୁ ପ୍ରାଥମିକତା ଦେଇ ଆମେ ସର୍ବଦା ସୁସ୍ୱାଦୁ ଖାଦ୍ୟ ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ ଆଉଟଲେଟ୍ ର ସେଲସ୍ ବିଭାଗର ମୂଖ୍ୟ ଅଂଶୁମାନ ମିଶ୍ର।

ଏହି ଅବସରରେ ରୁଚିର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ ଓ ସଲିନା ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ରୁଚି ଓ ଫ୍ରୋଜିଟ୍ ର ଅନେକ ଶୁଭେଚ୍ଛୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଆଗାମୀ ଦିନରେ ଆହୁରି ଅଧିକ ଫ୍ରୋଜିଟ୍ ଆଉଟଲେଟ୍ ଖୋଲି ଗ୍ରାହକମାନଙ୍କୁ ସୁସ୍ୱାଦୁ, ଗୁଣାତ୍ମକ ଖାଦ୍ୟ ପରଷିବା ସହ ଆମ ରାଜ୍ୟର ପାରମ୍ପରିକ ଖାଦ୍ୟକୁ ବାହାରକୁ ନେଇ ଲୋକାଦୃତ କରିବା ଆମର ଲକ୍ଷ ବୋଲି ନିର୍ଦ୍ଦେଶିକା ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।

ଏହାଛଡ଼ା ଏହି ଫ୍ରୋଜିଟ୍ ଆଉଟଲେଟ୍ ବିଜନେସ୍ ମାଧ୍ୟମରେ ଅନେକ ଯୁବ ଖାଦ୍ୟ ବ୍ୟବସାୟୀ ତିଆରିକରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ମଧ୍ୟ ଆମର ଲକ୍ଷ ବୋଲି ସେ କହିଥିଲେ।

ଏହି ଆଉଟଲେଟ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଫ୍ରୋଜିଟ୍ ପରିବାର ପକ୍ଷରୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ରାଜା ନିର୍ମାଲ୍ୟ ଲୋକସଂପର୍କ ଅଧିକାରୀ ଶୁଭାଶିଷ୍ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ହ୍ୱାଇଟ୍ କାନଭାସ ଇଭେଣ୍ଟସ୍ ର ସହଯୋଗୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।