fbpx

ରେଜା ଶ୍ରମିକରୁ ୧୬୦୦ କୋଟିର ମାଲିକ ଆଉ ପୁଣି ଦେବାଳିଆ; ଜାଣନ୍ତୁ କିଏ ଏହି ସୁଦୀପ ଦତ୍ତ

ନୂଆଦିଲ୍ଳୀ: ମଣିଷର ସଫଳତା ସହିତ ଏହାର ଭାଗ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରାସ୍ତାକଡରୁ ସମ୍ରାଟ ହେବା ଏବଂ ପୁଣି ଥରେ ରାସ୍ତାକୁ ଫେରିବାର ଦୁର୍ଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଏମିତି ଏକ କାହାଣୀ ହେଉଛିି ପଶ୍ଚିମବଙ୍ଗର ଦୁର୍ଗାପୁର ବାସିନ୍ଦା ସୁଦୀପ ଦତ୍ତଙ୍କର । ଏକଦା ରେଜା ଶ୍ରମିକ ଭାବରେ କାମ କରୁଥିବା ସୁଦୀପ ନିଜ ପରିଶ୍ରମ ବଳରେ ୧୬୦୦ କୋଟିର ମାଲିକ ହୋଇଥିବା ବେଳେ ବର୍ତ୍ତମାନ ଦେବାଳିଆ ହୋଇ ପୁଣି ଥରେ ରାସ୍ତାକୁ ଫେରିଛନ୍ତି । ଏକଦା ମାସକୁ ୪୦୦ ଟଙ୍କା ରୋଜଗାର କରି ପାରୁନଥିବା ସୁଦୀପ ପାଲଟି ଯାଇଥିଲେ ୧୬୦୦ କୋଟିର ମାଲିକ । ପ୍ୟାକେଜିଂ ୟୁନିଟରେ ଶ୍ରମିକ ଭାବରେ କାମ କରୁଥିବା ସୁଦୀପ କମ୍ପାନୀ ବନ୍ଦ ହେବା କଥା ଶୁଣନ୍ତି । ନିଜ ଦୂର ଦୃଷ୍ଟିର ପରିଚୟ ଦେଇ ସୁଦୀପ ଏକ ଉତ୍ପାଦନ ୟୁନିଟ କିଣନ୍ତି ।

ସୁଦୀପଙ୍କ ପିତା ଭାରତୀୟ ସେନାର ଯବାନ ରହିଥିବା ବେଳେ ୧୯୭୧ରେ ଶହୀଦ ହୋଇଥିଲେ । ପିଲାଦିନୁ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଥିବା ସୁଦୀପଙ୍କ ସ୍ୱପ୍ନ ପିତାଙ୍କ ମୃତ୍ୟୁ ପରେ ଭାଙ୍ଗିଯାଏ । ୧୭ ବର୍ଷ ବୟସରେ ରୋଜଗାର ଆଶାରେ ବମ୍ବେ ପହଞ୍ଚନ୍ତିି ସୁଦୀପ । ୨୦ ଜଣଙ୍କ ସହିତ ଗୋଟିଏ ଘରେ ରହୁଥିବା ସୁଦୀପଙ୍କୁ ନିୟମିତ ଚାଲିବାକୁ ପଡେ ୪୦ କିମି । ୨୦୦୮ ମସିହାରେ ନିଜର ମିଡ ସାଇଜ କମ୍ପାନୀ ପ୍ରତିଷ୍ଠା କରନ୍ତି ସୁଦୀପ୍ । ସମୟ କ୍ରମେ ଜିନ୍ଦଲ, ବେଦାନ୍ତ ଏବଂ ଫଏଲ୍ସ ଭଳି କମ୍ପାନୀକୁ କଡା ଟକ୍କର ଦେଇଥିଲା ସୁଦୀପଙ୍କ କମ୍ପାନୀ ଏସ୍ ଡି ଆଲୁମିନିୟମ କମ୍ପାନୀ । କିଛି ବର୍ଷ ମଧ୍ୟରେ ଏହା ବେଦାନ୍ତ ନିକଟରୁ ଇଣ୍ଡିଆ ଫଏଲ୍ସ କିଣିଥିଲେ ଦତ୍ତ । ସୁଦୀପଙ୍କ କମ୍ପାନୀର ମୂଲ୍ୟ ୧୬୮୫ କୋଟିରେ ପହଞ୍ଚିଥିବା ବେଳେ ସଫଳତା ବଜାକୟ ରଖିବାରେ ସକ୍ଷମ ହୋଇନଥିଲେ ସୁଦୀପ ଦତ୍ତ ।

Get real time updates directly on you device, subscribe now.