fbpx

ହସ୍ପିଟାଲରେ ଆଡମିଶନ ପାଇଁ ଲୋଡାନାହିଁ ପଜିଟିଭ୍ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କେନ୍ଦ୍ର ସରକାର ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ହାରକୁ ଦେଖି କୋଭିଡ୍ ନୀତିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ତେବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିନା କୋଭିଡ୍ ପଜିଟିଭରେ ମଧ୍ୟ ହସ୍ପିଟାଲରେ ଆଡମିଶନ କରି ହେବ । ଚିକିତ୍ସା ପାଇଁ କୋଭିଡ୍ ପଜିଟିଭ୍ ରିପୋର୍ଟ ବାଧ୍ୟତାମୁଳକ କରାଯିବ ନାହିଁ । ବର୍ତ୍ତମାନ ଠାରୁ କୋଭିଡ୍ ର ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ହସ୍ପିଟାଲ ମାନଙ୍କରେ ରୋଗୀଙ୍କୁ ଆଡମିଶନ କରାଯାଇପାରିବ । କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ କରିବା ପାଇଁ ଏପରି ନୁତନ ନୀତି ଆପଣାଇଛନ୍ତି କେନ୍ଦ୍ର ସରକାର । ଯଦି କୌଣସି ରୋଗୀ ଅନ୍ୟ କେଉଁ ସହରରୁ ଆସିଥାନ୍ତି ତେବେ ବି ସେମାନଙ୍କୁ ମଧ୍ୟ ଚିକିତ୍ସା କରାଯିବ । ଏପରିକି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନ ଦେଖାଇଲେ ମଧ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ତେବେ ଆବଶ୍ୟକତା ହିଁ ହସ୍ପିଟାଲରେ ଆଡମିଶନ ମାପକାଠି ରହିବ ବୋଲି କୁହାଯାଇଛି । ତେବେ ଏହା ପୁର୍ବରୁ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ୍ ରିପୋର୍ଟ ନ ହେଲେ ସିଟିସ୍କାନ୍ ରିପୋର୍ଟର ଆବଶ୍ୟକତା ପଡୁଥିଲା । ହେଲେ ଏବେ ଏହା ଆଉ ଦରକାର ପଡିବ ନାହିଁ ।

Get real time updates directly on you device, subscribe now.