fbpx

ଆଜିଠାରୁ ବଦଳିବ ଏଟିଏମ୍, ଦରମା, ପେନସନ୍, ଇଏମଆଇ ସହ ଜଡ଼ିତ ଏହିସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଫାଇନାନ୍ସିଂ, ବ୍ୟାଙ୍କିଙ୍କ୍, ପୋଷ୍ଟ୍ ଅଫିସ୍ ଓ ଅନ୍ୟ ସେକ୍ଟର୍ ସହ ଜଡ଼ିତ ଥିବା ଅନେକ ଗୁଡ଼ିଏ ନିୟମ ଆଜି ଠାରୁ ବଦଳିବ । ତେବେ ନୂଆ ନିୟମ ଲାଗୁ ହେବା ପରେ ଏଣିକି ଛୁଟିଦିନ ମାନଙ୍କରେ ବି ଦରମା ମିଳିପାରିବ । କିନ୍ତୁ ଏଟିଏମ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ୍ ଟଙ୍କା ଉଠାଣ ପାଇଁ ଅଧିକ ଚାର୍ଜ ଲାଗିବ । ତାହେଲେ ଚାଲନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବ ।

ଆଜି ଠାରୁ ନୂଆ ନିୟମ ଆଧାରରେ ଛୁଟି ଦିନ ମାନଙ୍କ ମଧ୍ୟ ଆପଣଙ୍କ ଖାତାକୁ ଦରମା ଯାଇପାରିବ । ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ, ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରାନ୍ସ ହାଉସ୍(ଏମଏସିଏଚ୍) ଅଗଷ୍ଟ ୧ ତାରିଖରୁ ସବୁକିଛି ଉପଲବ୍ଧ କରାଇବେ । ଖାଲି ଦରମା ନୂହେଁ ବରଂ ପେନସନ୍ ବି ଏଣିକି ଛୁଟି ଦିନ ମାନଙ୍କରେ ମିଳିପାରିବ । ଏହାବ୍ୟତୀତ ଇଏମଆଇ, ମ୍ୟୁଚୁଆଲ୍ ଫଣ୍ଡ କିସ୍ତି, ଗ୍ୟାସ୍, ଟେଲିଫୋନ୍, ବିଜୁଳି ବିଲ୍, ପାଣି ବିଲ୍ ଦେୟ ଏବେ ଯେଉଁ ଦିନ ବି ଦେଲେ ଚଳିବ । ଏନେଇ ନୂତନ ନିୟମରେ ଉଲ୍ଲେଖ ହୋଇଛି ।

ଅଗଷ୍ଟ ପହିଲାଠାରୁ ଏଟିଏମ୍ ଇଣ୍ଟରଟେଣ୍ଟ୍ ଫି ୧୫ ରୁ ୧୭ ଟଙ୍କାକୁ ବୃଦ୍ଧି କରାଯିବ। ଅଣ- ଆର୍ଥିକ କାରବାର ଉପରେ ମଧ୍ୟ ଫି ୫ ରୁ ୬ ଟଙ୍କାକୁ ବୃଦ୍ଧି ହେବ । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକ ସବୁ ସ୍ଥାନରେ ଏଟିଏମ୍ ସ୍ଥାପନ କରିଥାନ୍ତି। ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ଏହି ମେସିନରୁ ଟଙ୍କା ଉଠାଣ କିମ୍ବା ସ୍ଥାନାନ୍ତର କରନ୍ତି। ପ୍ରତ୍ୟେକ ବ୍ୟାଙ୍କ ମାଗଣା କାରବାର ସୀମା ସ୍ଥିର କରିଛନ୍ତି । ତା’ଠାରୁ ଅଧିକ କାରବାର ପାଇଁ ଗ୍ରାହକଙ୍କଠାରୁ ଫି ଆଦାୟ କରାଯାଏ। ଏହାକୁ ଇଣ୍ଟରଚେଞ୍ଜ ଫି କୁହାଯାଏ।

ବ୍ୟାଙ୍କ୍ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁସାରେ, ୬ ମେଟ୍ରୋ ସିଟିରେ ଗ୍ରାହକ ଗୋଟିଏ ମାସରେ କେବଳ ତିନିଟି ଟ୍ରାନଜାକ୍ସନ୍ ଫ୍ରୀରେ କରିପାରିବେ । ଏହାପରେ ଟଙ୍କା ଟ୍ରାନଜାକ୍ସନ୍ ଉପରେ ଚାର୍ଜ ଲାଗିବ । ଏହାବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକ ପାଇଁ ୫ଟି ଟ୍ରାନଜାକ୍ସନ୍ ଫ୍ରୀ ଦିଆଯାଇଛି । ଲିମିଟ୍ ରୁ ଅଧିକ ଦେଣନେଣରେ ୨୦ ଟଙ୍କା ଚାର୍ଜ ଲାଗିବ । ସେହିପରି ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବାହାର କରିପାରିବେ । ଏହାଠାରୁ ଅଧିକ ବାହାର କରିବା ଦ୍ୱାରା ଶୁଳ୍କ ଲାଗୁ ହେବ । ଏଥିରେ ୧୫୦ ଟଙ୍କା ଦେବାକୁ ପଡ଼ିବ ।

 

 

 

Get real time updates directly on you device, subscribe now.