fbpx

FSSAI Jobs 2021: ଫୁଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ଆଣିଛି ନିଯୁକ୍ତି ସୁଯୋଗ, ଜାରି ହୋଇଛି ଆବେଦନ ପ୍ରକ୍ରିୟା; ଏଠାରେ ପାଆନ୍ତୁ ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ସରକାରୀ ଚାକିରୀ ସନ୍ଧାନରେ ଥିବା ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି ଫୁଡ୍ ସେଫ୍ଟି ଅଥରିଟି ଫଅ୍ ଇଣ୍ଡିଆ (ଏଫଏସଏସଆଇ) । ଏଫଏସଏସଆଇ ଦ୍ୱାରା ଆସିଷ୍ଟାଣ୍ଟ୍ ହାଇରେକ୍ଟର୍, ଡେପୁଟି ମ୍ୟାନେଜର୍, ଫୁଟ୍ ଏନଲିଷ୍ଟ୍ ଏବଂ ଟେକ୍ନିକାଲ୍ ଅଫିସର୍ ସମେତ ଅନ୍ୟାନ୍ୟ ପଦରେ ନିଯୁକ୍ତି ବାହାରିଛି । ତେବେ ଏହି ପ୍ରକ୍ରିୟା ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ତାରିଖ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରହିଛି । ଏହାର ନିଯୁକ୍ତି ସମ୍ପର୍କରେ ୱେବସାଇଟ୍ https://fssai.gov.in ରେ ଜାରି ହୋଇଛି । ଆପଣ ମାନେ ଯାଇ ଏହି ୱେବସାଇଟ୍ ଯାଞ୍ଚ କରିପାରିବେ ।

ଏଥିରେ ମୋଟ ପଦବୀ ୨୫୫ଟି ଥିବା ବେଳେ ଆପଣ ମାନେ ନଭେମ୍ବର ୭ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏହା ପରେ ଆଉ ଆବେଦନ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଯିବ । ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ସାଧାରଣ ବର୍ଗ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ୧୫୦୦ ଟଙ୍କା ଥିବାବେଳେ ଏସସି ବର୍ଗ, ଏସଟି ବର୍ଗ, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଅଟେ। ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆବେଦନ ଶୁଳ୍କ ଦାଖଲ କରିପାରିବେ ।

ଏଫଏସଏସଆଇ ଜାରି କରିଥିବା ପଦବୀ ପାଇଁ ପ୍ରାର୍ଥୀ ମାନେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଦରକାର । ଅନ୍ୟାନ୍ୟ ବିବରଣୀ ଏହାର ଅଫିସିଆଲ୍ ୱେବସାଇଟ୍  ରେ ରହିଛି । ଏହାର ଅଫିସିଆଲ୍ ୱେବସାଇଟ୍ https://fssai.gov.in ରେ ଆପଣ ମାନେ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.