fbpx

ଭାରତକୁ ନିଜର କ୍ଷମତା ଦେଖାଇବାର ସୁଯୋଗ ଦେବ ଜି-୨୦ ଅଧ୍ୟକ୍ଷତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ପାଖରେ ଜି-୨୦ର ଅଧ୍ୟକ୍ଷ ରହିଛି। ଏହି ଅବସରରେ ବିଶ୍ୱକୁ ଭାରତର ଶକ୍ତି ଦେଖାଇବା ଏକ ସୁବର୍ଣ୍ଣ ମୁହୂର୍ତ। ଗତକାଲି ଜି-୨୦ ବସିଥିବା ସର୍ବଦଳୀୟ ବୈଠକରେ ଏହି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜି-୨୦ ଅଧ୍ୟକ୍ଷତା ଭାରତର ପର୍ଯ୍ୟଟନ ଏବଂ ଅର୍ଥନୀତି ପାଇଁ ଏକ ବଡ ସୁଯୋଗ ନେଇ ଆସିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିମ୍ ୱାର୍କ ଉପରେ ଜୋର ଦେଇ ଜି-୨୦ ର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

pm modi g20 all party meeting

ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଜି-୨୦ ଦେଶ ମଧ୍ୟରେ ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତା ଆଣିବା ସହ ଭାରତର ବଡ ବଡ ପାରମ୍ପରିକ ମହାନଗରୀକୁ ପ୍ରଦର୍ଶିତ କରିବା ପାଇଁ ସାହାଯ୍ୟ କରିବ । ପୁଣି ସେ କହିଛନ୍ତି , ଆଜି ଏହା ସର୍ବଭାରତୀୟର ଆକର୍ଷଣ ଅଟେ, ଯାହା ଏହି କାର୍ଯ୍ୟକ୍ରମର ମହତ୍ୱକୁ ଉଜ୍ୱଳିତ କରୁଛି । ସେ ଟିମ ୱାର୍କ ବା ସାଙ୍ଗହୋଇ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ସମସ୍ତ ନେତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ମୋଦୀ କହିଛନ୍ତି ଯେ, ଜି-୨୦ ଅଧ୍ୟକ୍ଷତା ଭାରତର ବିଭିନ୍ନ ମାର୍ଗକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ । ଯାହାଦ୍ୱାରା ଦେଶର ଭିନ୍ନ ଭିନ୍ନ କ୍ଷେତ୍ରର ବିଶିଷ୍ଠତା ସାମ୍ନାକୁ ଆସିବ । ମୋଦୀ ଭାରତର ପର୍ଯ୍ୟଟନ ସ୍ଥଳିକୁ ମଧ୍ୟ ଧ୍ୟାନ ଦେବା ସହ ସେହି ସ୍ଥାନର ଅର୍ଥବ୍ୟବସ୍ଥାକୁ ବଢାଇବା ପାଇଁ ଜୋର ଦେଇଥିଲେ।

pm modi g20 all party meeting

ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ ମୋହନ ରେଡ୍ଡୀ, ସିଏମର ମହାସଚ୍ଚିବ ସିତାରାମ ଏଚୁôୀ, ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏଅଇଏଡିଏମକେର ଆଭ୍ୟନ୍ତରୀଣ ଇ.କେ. ପାଲିନିସ୍ୱାମୀ, କେନ୍ଦ୍ରମନ୍ତ୍ରୀ ପଶୁପତି ନାଥ ପାରସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ଏବଂ ଆଇୟୁଏମଏଲର ସଭାପତି କାଦର ମୋହୀଦିନ ଯୋଗ ଦେଇଥିଲେ ।

qqfoideo

ଏମାନଙ୍କ ବ୍ୟତିତ, ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ ଏବଂ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.