fbpx

ଗଜପତି ଏଡ଼ିଏମଙ୍କ ମୃତ୍ୟୁର କାରଣ କରୋନା

ଗଜପତି, ୨୨ା୭(ଓଡ଼ିଶା ଭାସ୍କର): ଗଜପତିରେ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଆଜି ସୂଚନା ମିଳିଛି । ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଏଡ଼ିଏମଙ୍କ କରୁଣାକରଙ୍କ ମୃତ୍ୟୁ ଘଟିଥିଲା । ସେ ଜିଲ୍ଲା କୋଭିଡ଼ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ । ବ୍ରହ୍ମପୁରରେ ଏଡ଼ିଏମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଶେଷକୃତ୍ୟ ବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.