ଗୌତମ ଗମ୍ଭୀର କଲେ ସୁପାରିସ, ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ହେବେ ବାହୁତୁଲେ
ସାଇରାଜ ବାହୁତୁଲେ ବର୍ତ୍ତମାନ ପଞ୍ଜାବ କିଙ୍ଗସ୍ର ବୋଲିଂ କୋଚ ଅଛନ୍ତି। ତାଙ୍କ କୋଚିଂ ଶୈଳୀ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବହୁତ ପ୍ରଭାବିତ କରିଛି
ମୁମ୍ବାଇ: ଆଇପିଏଲ ପରେ ଭାରତୀୟ କ୍ରିକେଟ୍ ଟିମ୍ର ନବକଳେବର ହେବ। ଟି-୨୦ ଅଧିନାୟକ ସହିତ ନୂଆ ବୋଲିଂ କୋଚ ସାମିଲ ହେବେ। ମିଳିଥିବା ସୂଚନା ଅନୁସାରେ ପୂର୍ବତନ ଖେଳାଳି ସାହିରାଜ ବାହୁୂତୁଲେ ବୋଲିଂ କୋଚ ଭାବେ ଯୋଗଦେବେ। ତାଙ୍କ ନାଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ସୁପାରିସ କରିଛନ୍ତି। ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।
ସାଇରାଜ ବାହୁତୁଲେ ବର୍ତ୍ତମାନ ପଞ୍ଜାବ କିଙ୍ଗସ୍ର ବୋଲିଂ କୋଚ ଅଛନ୍ତି। ତାଙ୍କ କୋଚିଂ ଶୈଳୀ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବହୁତ ପ୍ରଭାବିତ କରିଛି। ତେଣୁ ସ୍ପିନ୍ ବୋଲିଂ କୋଚ ଭାବେ ସେ ତାଙ୍କ ନାଁ ସୁପାରିସ କରିଛନ୍ତି। ବିସିସିଆଇ ଏହା ଉପରେ ବିଚାର କରୁଛି। ଆଇପିଏଲ୍ ପରେ ବସିବାକୁ ଥିବା ବିସିସିଆଇ ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ।
ସୂଚନାରୁ ପ୍ରକାଶ; ସାଇରାଜ ବାହୁତୁଲେ ହେଉଛନ୍ତି ଲେଗ୍ ସ୍ପିନର। ମୁମ୍ବାଇରୁ ଆସୁଥିବା ବାହୁତୁଲେ ଭାରତୀୟ ଟିମ ପାଇଁ ୨ଟି ଟେଷ୍ଟ ଓ ୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ବେଶୀ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି ନାହାନ୍ତି। କିନ୍ତୁ ଘରୋଇ କ୍ରିକେଟ କ୍ୟାରିୟର ବହୁ ଲମ୍ବା ରହିଛି। ତେବେ କ୍ରିକେଟରୁ ଅବସର ନେବା ପରେ ସେ ନ୍ୟାସନାଲ କ୍ରିକେଟ ଆକାଡେମୀରେ ସାମିଲ ହୋଇଥିଲେ। ସେଠାରେ ସ୍ପିନ୍ ବୋଲିଂ କୋଚ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ।
୨୦୨୬ରେ ସାଇରାଜ ବାହୁତୁଲେ ପଞ୍ଜାବ କିଙ୍ଗସ୍ର ବୋଲିଂ କୋଚ ଭାବେ ଯୋଗଦେଇଛନ୍ତି। ତାଙ୍କ ପରିଶ୍ରମ ଯୋଗୁ ପଞ୍ଜାବ ବୋଲିଂରେ ଭଲ ପ୍ରଦର୍ଶନ କରୁଛି। ଏହା ପୂର୍ବରୁ ସେ ରାଜସ୍ଥାନ ରୟାଲସ୍ ଟିମ୍ରେ ସାମିଲ ହୋଇଥିଲେ।

