fbpx

ଭାରତରେ ଗାମ୍ବିଆର ଉପ-ରାଷ୍ଟ୍ରପତି ବଦାରା ଜୋଫଙ୍କ ପରଲୋକ: ରାଷ୍ଟ୍ରପତି କଲେ ଟ୍ୱିଟ୍

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆର ଉପରାଷ୍ଟ୍ରପତି ବଦାରା ଜୋଫଙ୍କର ଭାରତରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଉପରାଷ୍ଟ୍ରପତିଙ୍କ ମୃତ୍ୟୁକୁ ଗାମ୍ବିଆର ରାଷ୍ଟ୍ରପତି ଆଦାମା ବାରୋ ସ୍ପଷ୍ଟ କରିଛନ୍ତି ।

ରାଷ୍ଟ୍ରପତି ଆଦାମା ବାରୋ କହିଛନ୍ତି ଯେ, ଉପରାଷ୍ଟ୍ରପତି ବଦାରା ଅଲି ଜୋଫେଙ୍କ ଅସୁସ୍ଥତା କାରଣରୁ ଭାରତରେ ଦେହାନ୍ତ ହୋଇଛି । ତେବେ ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ସମ୍ପର୍କରେ ରାଷ୍ଟ୍ରପତି ଆଦାମା ଆଉ କୌଣସି ସୂଚନା ଦେଇନାହାଁନ୍ତି । ୨୦୨୨ ମସିହାରେ ଗାମ୍ବିଆର ଉପ-ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିବା ଅଲି ୩ ସପ୍ତାହ ପୂର୍ବରୁ ଚିକିତ୍ସା ପାଇଁ ଗାମ୍ବିଆରୁ ଭାରତ ଆସିଥିଲେ ।

ବାରୋ ଟ୍ୱିଟରରେ ଲେଖିଛନ୍ତି ଯେ, ଜୋଫଙ୍କର ମୃତ୍ୟୁ ଏକ ଛୋଟ ରୋଗ ଯୋଗୁଁ ହୋଇଛି । ତେବେ ଉପରାଷ୍ଟ୍ରପତିଙ୍କ ମୃତ୍ୟୁ କେଉଁ ରୋଗ ଯୋଗୁଁ ହୋଇଛି, ତାହା ସେ ସ୍ପଷ୍ଟ କରି ନାହାଁନ୍ତି । ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ବଦାରାଙ୍କୁ ଦୀର୍ଘ ଦିନ ଧରି ସର୍ବସାଧାରଣରେ ଦେଖାଯାଇନଥିଲା । ୨୦୧୬ ରେ, ବଦାରା ଜୋଫ୍ ପୂର୍ବତନ ଭେଟେରାନ୍ ୟାହିୟା ଜମ୍ମେଙ୍କ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଥିଲେ । ସେ ରାଷ୍ଟ୍ରପତି ବାରୋଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଚତୁର୍ଥ ଉପରାଷ୍ଟ୍ରପତି ଥିଲେ ।

Get real time updates directly on you device, subscribe now.