fbpx

ଗଣେଶ ଚତୁର୍ଥୀ: କାହିଁକି ଗଜାନନଙ୍କୁ ପସନ୍ଦ ଲଡ଼ୁ? ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଉ ମାତ୍ର କେଇଟା ଦିନ ପରେ ଗଣେଶ ପୂଜା । ତେଣୁ ବିଭିନ୍ନ ସ୍ଥାନରେ ଗଜାନନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଣପତିଙ୍କୁ ପ୍ରସନନ କରିବା ପାଇଁ ତାଙ୍କ ଭକ୍ତ ମାନେ ଅଧୀର ହୋଇ ଚତୁର୍ଥୀ ଦିନକୁ ଚାହିଁ ରହିଛନ୍ତି । ତେବେ ଗଣେଶ ପୂଜା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ପଡ଼ିଥାଏ । ଏହା ଚତୁର୍ଥୀ ତିଥିରେ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ପ୍ରଭୁଙ୍କ ମୁର୍ତ୍ତି ସ୍ଥାପନା କରାଯିବା ପରେ ତାଙ୍କ ସେବା କରାଯାଏ । ତାଙ୍କୁ ମିଷ୍ଟାନ୍ନ ଏବଂ ତାଙ୍କ ପସନ୍ଦର ଭୋଗ ଲଗାଯାଇଥାଏ । ତେବେ ଶ୍ରୀ ଗଣେଶଙ୍କୁ ସବୁଠାରୁ ପସନ୍ଦର ଖାଦ୍ୟ ମଧ୍ୟରେ ଳଡୁ ବି ସାମିଲ ରହିଛି । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ଶ୍ରୀ ଗଣେଶଙ୍କୁ ଲଡୁ କାହିଁକି ପସନ୍ଦ? ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହା ପଛରେ କାରଣ ।

ଥରେ ଭଗବାନ ଶିବ ଶୟନରତ ଥିଲେ । ଆଉ ଗଣେଶ ତାଙ୍କୁ ପହରା ଦେଉଥିଲେ । ସେହି ସମୟରେ ସେଠାରେ ପର୍ଶୁରାମ୍ ପହଞ୍ଚିଥିଲେ । ଏତିକି ବେଳେ ଗଣେଶ ତାଙ୍କୁ ଶିବଙ୍କୂ ଦେଖା କରିବାକୁ ଯିବାରୁ ରୋକିଥିଲେ । ଏଥିରେ ପର୍ଶୁରାମ ଖୁବ୍ ଜୋରରେ ରାଗିଯାଇ ଯୁଦ୍ଧ କରିବାକୁ ଲାଗିଲେ । ଯେତେବେଳେ ପର୍ଶୁରାମ ହାରିବାକୁ ଲାଗିଲେ ସେହି ସମୟରେ ସେ ଶିବଙ୍କ ଦ୍ୱାରା ଦିଆଯାଇଥିବା ପରଶୁ ଅସ୍ତ୍ର ଦ୍ୱାରା ଗଣେଶଙ୍କୁ ପ୍ରହାର କଲେ ।

ଏଥିରେ ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ତାଙ୍କୁ ଖୁବ୍ ଯନ୍ତ୍ରଣାଳ ହୋଇଥିଲା । ତାଙ୍କୁ ଖାଇବା ପିଇବାରେ ବି ଖୁବ୍ କଷ୍ଟ ଅନୁଭବ ହେଲା । ସେତେବେଳେ ତାଙ୍କ ପାଈଁ ଲଡୁ ତିଆରି କରାଗଲା । କାରଣ ଲଡୁ ଖୁବ୍ ନରମ ହୋଇଥାଏ । ଆଉ ଏହି ଲଡୁ ଗଣେଶ ଖାଇବା ପରେ ତାଙକ୍ ପେଟର ଭୋକ ମରିଗଲା ଓ ସେ ଖୁବ୍ ପ୍ରସନ୍ନ ହୋଇଥିଲେ । ଆଉ ସେବେଠାରୁ ଗଣେଶଙ୍କର ଲଡୁ ଖୁବ୍ ପସନ୍ଦ ।

 

Get real time updates directly on you device, subscribe now.