fbpx

ଥାନା ଭିତରେ ୧୫୦ ଦୁର୍ବୃତ୍ତଙ୍କ ରକ୍ତାକ୍ତ ଆକ୍ରମଣ: ଅଭିଯୋଗକାରୀଙ୍କୁ ହାଣିଲେ, ଦୁଇ ଗୁରୁତର

ବାଲେଶ୍ୱର, ୭ା୪ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପ୍ରାୟ ୧୫୦ ଦୁର୍ବୃତ୍ତ ଥାନାରେ ପଶି ଦୁଇଜଣଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସୋନ ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପୋଲିସ ଉପସ୍ଥିତିରେ ପ୍ରାୟ ୧୫୦ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ରେମୁଣା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଫଳରେ ଥାନା ପରିସରରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଥାନା କର୍ମଚାରୀଙ୍କ ପୋଷାକରେ ରକ୍ତର ଦାଗ ଦେଖିବାକୁ ମିଳିଛି । ଆକ୍ରମଣ ଘଟଣାକୁ ଥାନା ଅଧିକାରୀ ସ୍ୱୀକାର କରିଥିବା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କାହା ନାଁରେ କୌଣସି ଏତଲା ହୋଇନଥିବା ବେଳେ କେହି ଗିରଫ ହୋଇନାହାନ୍ତି ।

Get real time updates directly on you device, subscribe now.