fbpx

ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଚଳନ୍ତା ଟ୍ରେନରେ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ପୀଡିତା ମହିଳା ଜଣକ ଲଖନଉ ରୁ ମୁମ୍ବାଇକୁ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରେ ଯାଉଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୋଲିସ୍ ଖୋଜୁଛି । କୁହାଯାଇଛି ଯେ, ପ୍ରଥମେ ମହିଳାଙ୍କୁ ଲୁଟ୍ କରିବାକୁ ଚେଷ୍ଟା କରାଯାଇଥିଲା । ଏହାପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି ।

ମିଡିଆ ରିପୋର୍ଟ ଅନୁସାରେ, ଇଗତପୁରୀ ଷ୍ଟେସନ୍ ରେ ପାଖାପାଖି ୮ ଜଣ ଏକ ସ୍ଲିପର୍ କୋଚ୍ ରେ ଯାଉଥିଲେ । ଏମାନେ ପ୍ରଥମେ ୧୫ରୁ ୨୦ ଯାତ୍ରୀଙ୍କ ଠାରୁ ଲୁଟପାଟ କରିଛନ୍ତି । ଏହାପରେ ସେହି ଟ୍ରେନ୍ ରେ ଯାଉଥିବା ଜଣେ ୨୦ ବର୍ଷର ଯୁବତୀଙ୍କ ସହିତ ଏକାସାଙ୍ଗରେ ଗଣଦୁଷ୍କର୍ମ କରିଛନ୍ତି । କଲ୍ୟାଣ ରେଳବାଇ ପୋଲିସ୍ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.