fbpx

ଲକ୍-ଡାଉନ୍ ପ୍ରଭାବ: ପୂର୍ବ ଅପେକ୍ଷା ଅଧିକ ନିର୍ମଳ ହେଲା ଗଙ୍ଗାଜଳ

କରୋନା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନ୍ କାରଣରୁ ଆର୍ଥିକ ସ୍ଥିତିରେ ପ୍ରଭାବ ପଡୁଥିଲେ ବି ଏହା ପ୍ରକୃତି ପାଇଁ ସୁଫଳ ଆଣିଦେଇଛି । ଏହାର ପ୍ରଭାବରେ ଆସି ପୂର୍ବ ଅପେକ୍ଷା ଗଙ୍ଗାଜଳ ଆହୁରୀ ନିର୍ମଳ ହେବାରେ ଲାଗିଛି । ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିସନ ବା ଏନଏମସିଜିର ମହାନିର୍ଦ୍ଦେଶକ ରାଜୀବ ରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲକ୍-ଡାଉନର କିଛି ସମୟ ପରେ ଆମେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସମ୍ବୋଧିତ ରାଜ୍ୟ ସହ ବୈଠକ କରିବାକୁ ସହ ଗଙ୍ଗାଜଳର ନିର୍ମଳ ଉପରେ ହୋଇଥିବା ଅଧ୍ୟୟନ ଉପରେ ଆଲୋଚନା କରିଥିଲୁ । ଏପ୍ରିଲରେ ଗଙ୍ଗାଜଳର ଅଲଗା ଅଲଗା ସ୍ଥାନରୁ ନମୁନା ଆଣି ପରୀକ୍ଷା ହୋଇଥିଲା । ପରୀକ୍ଷା ପରେ ଜଣାପଡିଲା ଯେ ଗଙ୍ଗାଜଳ ପୂର୍ବ ଅପେକ୍ଷା ଆହୁରୀ ସ୍ୱଚ୍ଛ ଓ ନିର୍ମଳ ହୋଇଛି ।’

Get real time updates directly on you device, subscribe now.