fbpx

ସୁସ୍ଥ ହେବା ପରେ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟାର ହାଇଦର୍

କଟକ, ୧୭ ।୪ (ଓଡିଶା ଭାସ୍କର) : କଟକ ଏସସିବିରୁ ଫେରାର୍ ହୋଇଯିବା ପରେ ପୁଣି ପୋଲିସ୍ କବଜାକୁ ଆସିଛି ଗ୍ୟାଙ୍ଗଷ୍ଟାର ହାଇଦର୍ । ହେଲେ ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି ଏବଂ ତାକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ରେ ରଖାଯାଇଛି । ତେଣୁ ସେ ସୁସ୍ଥ ହେବାପରେ ରିମାଣ୍ଡରେ ଯିବ ବୋଲି ସୁଚନା ମିଳିଛି ।

ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଯେହେତୁ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଫେରାର୍ ହୋଇଯାଇଥିଲା । ତେଣୁ ତାକୁ ପୁଣି ଥରେ ହସ୍ପିଟାଲକୁ ନିଆଯାଇ ପାରେ । ଅପରପକ୍ଷରେ ଗତକାଲି ତାକୁ ଜେଲ୍ ପଠାଇବାପରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ତେଣୁ ତାକୁ ଜେଲ୍ ରେ ଆଇସୋଲେସନ୍ ରେ ରଖାଯାଇଛି । ଜେଲ୍ କର୍ତ୍ତୃପକ୍ଷ ମାନେ ତାର ନେଉଛନ୍ତି । ଏଥିସହିତ ହାଇଦର୍ ସୁସ୍ଥ ହେବାପରେ ତାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ପୁଣିଥରେ ଆବେଦନ କରାଯିବ ।

ସୁଚନାଯୋଗ୍ୟ, ହାଇଦର୍ ଗତକାଲି ଜେଲ୍ କୁ ପଠାଯିବା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ତେଣୁ ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଆଜି ସେ ଚୌଦ୍ୱାର ଜେଲରୁ ୭ ଦିନ ପାଇଁ ରିମାଣ୍ଡରେ ଯାଇଥାନ୍ତା ।

Get real time updates directly on you device, subscribe now.