fbpx

ମୃତ ବ୍ୟକ୍ତିଙ୍କ ଏହିସବୁ ଜିନିଷ ଭୁଲ ବି କରନ୍ତୁ ନାହିଁ ବ୍ୟବହାର; ନଚେତ୍ ଭୋଗିବାକୁ ପଡିବ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ପ୍ରଥା ପରମ୍ପରା ଠାରୁ ଆରମ୍ଭ କରି ଜୀବନ ବିଷୟରେ ବହୁତ କିଛି କଥା ଲେଖା ହୋଇଛି । ତେବେ ଏହି ଶାସ୍ତ୍ର ପୁରଣା ମଧ୍ୟରୁ ଗୋଟିଏ ହେଉଛି ଗରୁଡ ପୁରାଣ । ଯାହାକୁ ମହାପୁରାଣର ମାନ୍ୟତା ଦିଆଯାଇଛି। ତେବେ ଏହି ପୁରାଣରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ମୃତ୍ୟୁ ପରେ ଆତ୍ମାର ଯାତ୍ରା ବିଷୟରେ ଅନେକ କିଛି ଉଲ୍ଲେଖ ରହିଛି । ଗରୁଡ ପୁରାଣକୁ ୨୭୧ ଅଧ୍ୟାୟ ଏବଂ ୧୮ ହଜାର ଲକ୍ଷ ପଦରେ ଲେଖା ହୋଇଛି । ଯେଉଁଥିରେ ବ୍ୟକ୍ତିର ଜୀବନ-ମୃତ୍ୟୁ, ପାପ-ଗୁଣ, ସ୍ୱର୍ଗ-ନର୍କ ଇତ୍ୟାଦିର ସମସ୍ତ ଦିଗ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏଥିରେ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ଏବଂ ଏହା ସହିତ ଜଡିତ ରୀତିନୀତି ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଜିନିଷର ବ୍ୟବହାର ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତୁ ଜାଣିବା ଜଣେ ମୃତ ବ୍ୟକ୍ତିଙ୍କ ଜିନିଷ ସହିତ କଣ କରିବା ଉଚିତ୍ ହୋଇ ନଥାଏ ।

ମୃତ ବ୍ୟକ୍ତିଙ୍କ ଏହି ଜିନିଷଗୁଡିକ କରନ୍ତୁ ନାହିଁ ବ୍ୟବହାର:

ପୋଷାକ:ଗରୁଡ ପୁରାଣଙ୍କ ଅନୁଯାୟୀ, ଭୁଲରେ ମଧ୍ୟ ମୃତ ବ୍ୟକ୍ତିଙ୍କ ପୋଷାକ ବ୍ୟବହାର କରନ୍ତୁ ନାହିଁ । ନଚେତ୍ ମୃତ ବ୍ୟକ୍ତିଙ୍କ ଆତ୍ମା ସେହି ବ୍ୟକ୍ତିଙ୍କ ସହିତ ଲାଗିଥାଏ । ଏଥିସହିତ ମୃତ ବ୍ୟକ୍ତିଙ୍କ ସ୍ମୃତି ତାଙ୍କୁ ନିରନ୍ତର ହନ୍ତସନ୍ତ କରେ । ଏହି କାରଣରୁ ସେହି ବ୍ୟକ୍ତିଙ୍କୁ କ୍ରମାଗତ ଭାବରେ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡେ । ତେଣୁ ମୃତ ବ୍ୟକ୍ତିଙ୍କ ପୋଷାକକୁ ଅସହାୟ ଲୋକଙ୍କୁ ଦାନ କରିବା ଭଲ ହେବ। ଏହା କରିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମା ମଧ୍ୟ ଶାନ୍ତି ପାଇଥାଏ । ଅନ୍ୟଥା ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଅଳଙ୍କାର:ଗରୁଡ ପୁରାଣଙ୍କ ଅନୁଯାୟୀ ଜଣେ ମୃତ ବ୍ୟକ୍ତିଙ୍କ ଅଳଙ୍କାର ବ୍ୟବହାର କରାଯିବା ଉଚିତ ନୁହେଁ । କାରଣ ମୃତ ବ୍ୟକ୍ତିଙ୍କ ଶକ୍ତି ଅଳଙ୍କାରରେ ରହିଥାଏ । ଏହି ପରିପ୍ରେକ୍ଷୀରେ, ମୃତ ବ୍ୟକ୍ତିଙ୍କ ଅଳଙ୍କାର ପିନ୍ଧନ୍ତୁ ନାହିଁ । ଯଦି ଅନ୍ୟ କେହି ମୃତ ବ୍ୟକ୍ତିଙ୍କ ଅଳଙ୍କାର ପିନ୍ଧନ୍ତି, ତେବେ ସେ ଅସହଜ ଅନୁଭବ କରନ୍ତି । ଏହା ସହିତ ମୃତ ବ୍ୟକ୍ତିର ଆତ୍ମା ମଧ୍ୟ ଶାନ୍ତିପାଏ ନାହିଁ,ବରଂ ଏହିି ଜିବଜଗତରେ ଘୂରି ବୁଲେ । ଏତତ୍ ବ୍ୟତୀତ ପରିବାର ମଧ୍ୟ ପିତୃ ଦୋଷରେ ପିଡିତ ହୋଇଥାଏ ।

ଘଣ୍ଟା: ଭୁଲରେ ମଧ୍ୟ କଦାପି ମୃତ ବ୍ୟକ୍ତିଙ୍କ ଘଣ୍ଟା ପିନ୍ଧନ୍ତୁ ନାହିଁ । କାରଣ ଗରୁଡ ପୁରାଣ ମତରେ ମୃତକଙ୍କ ଶକ୍ତି ଘଣ୍ଟାରେ ମଧ୍ୟ ରହିଥାଏ । ତେଣୁ ମୃତ ବ୍ୟକ୍ତିଙ୍କ ଘଣ୍ଟା କାହାକୁ ଦାନ କରିବା ଭଲ ହେବ । ନଚେତ୍ ପୁରା ପରିବାର ପିତୃଦୋଷରେ ପିଡିତ ହୋଇଥାନ୍ତି । ଏଥିସହିତ ପରିବାର ଅନେକ ସମସ୍ୟାର ମଧ୍ୟ ସମ୍ମୁଖାନ ହୁଅନ୍ତି ।

Get real time updates directly on you device, subscribe now.