fbpx

ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ, ୮/୭: ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ଅବଧି ବୃଦ୍ଧି ପାଇଛି। ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ  ମାଗଣା ଗ୍ୟାସ୍‌ ସିଲିଣ୍ଡର ମିଳିବ। ୭.୪୦ ଲକ୍ଷ ଗରିବଙ୍କୁ ୩ଟି ଲେଖାଏଁ ସିଲିଣ୍ଡର ମାଗଣାରେ ଦେବେ ସରକାର। ଉଜ୍ବଳା ଯୋଜନା ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି।

ଏହାସହ ନଭେମ୍ବର ଯାଏ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣକୁ ମଧ୍ୟ ମଞ୍ଜୁରି ମିଳିଛି। ୧୫ ହଜାର ଯାଏ ଦରମା ଥିବା କର୍ମଚାରୀଙ୍କ EPF ଦେୟ ସରକାର ଦେବେ। ୩ଟି ସାଧାରଣ ବୀମା କମ୍ପାନିରେ ନିବେଶ ହେବ ୧୨ ହଜାର ୭୦୦ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ଏହି ନିବେଶ ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି।

Get real time updates directly on you device, subscribe now.