fbpx

RSP ରେ ବିଷାକ୍ତ ଗ୍ୟାସ୍ ଲିକ୍: ୨ ମୃତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଚାଲିଯାଇଛି ୨ ଜୀବନ । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକ ମୃତ । ଅନ୍ୟ ୨ ଗୁରୁତର ଶ୍ରମିକଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି । ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । କୋଲ୍ କେମିକାଲ ଡିପାର୍ଟମେଣ୍ଟରେ ଘଟିଛି ଏହି ଅଘଟଣ ।

ଗ୍ୟାସ ଲିକ୍‌ କାରଣରୁ ଆହୁରି ଅଧିକ କର୍ମଚାରୀ ଆହତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ରହିଛି । ସେପଟେ ଗ୍ୟାସ ଲିକ୍‌ କେମିତି ହେଲା ତାହାର ସ୍ପଷ୍ଟ ସୂଚନା ମିଳିନାହିଁ | ଏନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.