ଫୁଟବଲ ତାରକା ଲିଓନେ ମେସିଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ
ଅର୍ଜେଣ୍ଟିନାର ବିଜୟ ପରେ ମିଶର ଫୁଟବଲ ମହାସଂଘ (ଇଏଫ୍ଏ) ମ୍ୟାଚର ରେଫରିଂ ନିଷ୍ପତ୍ତି ଓ ଭିଏଆରର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି
ନୂଆଦିଲ୍ଲୀ: ଫିଫା ବିଶ୍ୱକପ-୨୦୨୬ରେ ଅର୍ଜେଣ୍ଟିନା ଓ ମିଶର ମଧ୍ୟରେ ଖେଳା ଯାଇଥିବା ବିବାଦୀୟ ମ୍ୟାଚକୁ ନେଇ ଆରମ୍ଭ ହୋଇଥିବା ଆଲୋଚନା ଥମିବାର ନାମ ନେଉନାହିଁ। ଏହି ବିବାଦରେ ଅଭିନେତ୍ରୀ ଗୌହର ଖାନ ପୁଣି ଥରେ ଏଣ୍ଟ୍ରି ମାରିଛନ୍ତି। ସେ ଫୁଟବଲ ତାରକା ଲିଓନେଲ ମେସିଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
ଅର୍ଜେଣ୍ଟିନାର ବିଜୟ ପରେ ମିଶର ଫୁଟବଲ ମହାସଂଘ (ଇଏଫ୍ଏ) ମ୍ୟାଚର ରେଫରିଂ ନିଷ୍ପତ୍ତି ଓ ଭିଏଆରର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ବିବାଦ ମଧ୍ୟରେ ଗୌହର ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଗୋଟିଏ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ମେସିଙ୍କ କଥିତ ପ୍ରଦର୍ଶନର ପାରୋଡି କରୁଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ଗୋଲ କରିବାର ଢଙ୍ଗ ଓ ରେଫରିଙ୍କ ନିଷ୍ପତ୍ତିକୁ ଥଟା କରାଯାଉଛି।
ସେହି ଭିଡିଓକୁ ସେୟାର କରି ଗୌହର ଖାନ୍ ହସିବା ଭଳି ପ୍ରତିକ୍ରିୟା ଦେଇ ଲେଖିଛନ୍ତି; ଭିଡିଓ ଏକଦମ୍ ସଠିକ୍ ଅଛି। ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ପୁଣି ଥରେ ମେସି ଓ ବିବାଦୀୟ ମ୍ୟାଚକୁ ନେଇ ଆଲୋଚନା ତୀବ୍ର ହୋଇଯାଇଛି।
ପୂର୍ବରୁ ମଧ୍ୟ ମେସିଙ୍କୁ ଲୁଜର କହିଥିଲେ ଗୌହର
Uttarakhand Govt.
ଗୌହର ଖାନ ଏହା ପୂର୍ବରୁ ମଧ୍ୟ ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିଲେ। ସେ ସୋସିଆଲ ମିଡିଆରେ ମେସିଙ୍କୁ ସମାଲୋଚନା କରି ଲୁଜର କହିଥିଲେ। ଅଭିନେତ୍ରୀଙ୍କ ମତରେ ମ୍ୟାଚ ସମୟରେ ମେସିଙ୍କ ବ୍ୟବହାର ଓ କିଛି ନିଷ୍ପତ୍ତି ଖେଳ ଭାବନା ଅନୁସାରେ ନଥିଲା। ଗୌହରଙ୍କ ଏପରି କଟାକ୍ଷକୁ ନେଇ ଫୁଟବଲ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ସମ୍ପୂର୍ଣ୍ଣ ବିବାଦ କ’ଣ?
ମିଶର ଓ ଅର୍ଜେଣ୍ଟିନା ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦୁଇଟି ନିଷ୍ପତ୍ତିକୁ ନେଇ ସବୁଠୁ ଅଧିକ ବିବାଦ ହୋଇଥିଲା। ମିଶରର ଗୋଟିଏ ଗୋଲ ଭିଏଆର ସମୀକ୍ଷା ପରେ ବାତିଲ କରି ଦିଆଯାଇଥିଲା। ଯେତେବେଳେ ଦଳ ପେନାଲ୍ଟି ନମିଳିବା ଉପରେ ଆପତ୍ତି ଜଣାଇଥିଲା। ଏହାର କିଛି ସମୟ ପରେ ହିଁ ଅର୍ଜେଣ୍ଟିନା ନିର୍ଣ୍ଣାୟକ ଗୋଲ ଦେଇଥିଲା। ଯାହା ପରେ ମିଶର ଟୁର୍ନାମେଣ୍ଟରୁ ବାଦ ପଡ଼ି ଯାଇଥିଲା। ମ୍ୟାଚ୍ ସରିବା ପରେ ମିଶର ଫୁଟବଲ ମହାସଂଘ ଆଧିକାରିକ ଅଭିଯୋଗ ଦାଖଲ କରି ରେଫରି ଫ୍ରାନ୍ସୋଆ ଲେଟେକ୍ସିୟର ଓ ଭିଏଆର ସିଷ୍ଟମର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା।
ମହାସଂଘର କହିବା ଅନୁସାରେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର କରାଯାଇନଥିଲା। ଯାହା ଦ୍ୱାରା ମ୍ୟାଚର ଫଳାଫଳ ପ୍ରଭାବିତ ହୋଇଥିଲା।

