fbpx

ବୁଡିଯିବ ଆଦାନୀ ସାମ୍ରାଜ୍ୟ! ୧୦୦ ବିଲିୟନ ଡଲାର ଛୁଇଁଲା ସେୟାର ବଜାର କ୍ଷତି, ସେପଟେ ଆଦାନୀ ଗ୍ରୁପ୍ ପ୍ରତି କଠୋର ହେଲା RBI

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଗତ ସପ୍ତାହ ମଧ୍ୟରେ ‘ଆଦାନୀ ସମୂହ’ ବଜାର ମୂଲ୍ୟରେ ୧୦୦ ବିଲିୟନ ଡଲାରର କ୍ଷତି ପଞ୍ଜୀକୃତ କରିଛି। ଏହାରି ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ସେମାନଙ୍କ ନିବେଶ ବିଷୟରେ ସ୍ଥାନୀୟ ବ୍ୟାଙ୍କରୁ ସବିଶେଷ ଡାଟା ମାଗିଛି। ସରକାର ଓ ବ୍ୟାଙ୍କିଂ ସୂତ୍ରରୁ ଆରବିଆଇର ଏହି ପଦକ୍ଷେପ ନେଇଥିବା ନେଇ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟର କୁହାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ ଏପର୍ଯ୍ୟନ୍ତ ଏ ବାବଦରେ ସରକାରୀ ବୟାନ ଦେଇନାହାଁନ୍ତି ।

ଗୁରୁବାର ଦିନ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ଷ୍ଟକ୍ ମାର୍କେଟରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଗ୍ରୁପର ବିଲିୟନେୟାର ମାଲିକ ଗୌତମ ଆଦାନୀ ନିବେଶକମାନଙ୍କୁ ଶାନ୍ତ କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି ।

ତାଲିକାଭୁକ୍ତ ଗ୍ରୁପ୍ କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶ ଲୋ ସର୍କିଟ୍ ଉପରେ ୫ ପ୍ରତିଶତରୁ ୧୦ ପ୍ରତିଶତ ହ୍ରାସ ପାଇଛି । ଗ୍ରୁପ୍ ତା’ପରେ ଏହାର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ର ଏଫପିଓକୁ ରୋକିଦେଇଛି ।

ଆଦାନୀ ଏଣ୍ଟରପ୍ରାଇଜେସ୍ ୮ ପ୍ରତିଶତରୁ ଅଧିକ ତଳକୁ ଖସିଥିବା ବେଳେ ଆଦାନୀ ବନ୍ଦର ଏବଂ ଏସଇଜେଡ ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଅନ୍ୟ ସମସ୍ତ ତାଲିକାଭୁକ୍ତ କମ୍ପାନୀଗୁଡିକ – ଆଦାନୀ ୱିଲମାର, ଆଦାନୀ ପାୱାର, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଟୋଟାଲ ଗ୍ୟାସରେ ଲୋୟର ସର୍କିଟ୍ ଲାଗିଛି । ଏନଡିଟିଭି ଉପରେ ମଧ୍ୟ ପ୍ରାରମ୍ଭିକ ବାଣିଜ୍ୟରେ ଲୋ ସର୍କିଟ୍ ଲାଗିଥିଲା ।

Get real time updates directly on you device, subscribe now.