ODI ସିରିଜ୍ ଜିତିବା ପରେ ଗମ୍ଭୀରଙ୍କ ବଡ଼ ଭବିଷ୍ୟବାଣୀ, ଏହି ଦୁଇ ଖେଳାଳିଙ୍କୁ କହଲେ ଭବିଷ୍ୟତ ସୁପରଷ୍ଟାର
ଏହି ଦୁଇ ଖେଳାଳି ହେବେ ଭବିଷ୍ୟତ ସୁପରଷ୍ଟାର । ବଡ଼ ଭବିଷ୍ୟବାଣୀ ।
ନୂଆଦିଲ୍ଲୀ: ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଏବଂ 2-1ରେ ସିରିଜ୍ ବିଜୟ ପରେ ବଡ଼ ଭବିଷ୍ୟବାଣୀ କଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ସେ ଏକ ସାମ୍ବାଦିକ ସମ୍ମିଳନୀରେ ଋତୁରାଜ ଗାୟକୱାଡ ଏବଂ ଯଶସ୍ୱୀ ଜୟସୱାଲଙ୍କ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରିଥିଲେ।
ଗୌତମ ଗମ୍ଭୀର କହିଛନ୍ତି, “ଆମେ ସମସ୍ତେ ଜାଣୁ ଯେ ଋତୁରାଜ ଜଣେ ମହାନ ଖେଳାଳି। ଦକ୍ଷିଣ ଆଫ୍ରିକା A ବିପକ୍ଷରେ ତାଙ୍କର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା। ସେଥିପାଇଁ ଆମେ ତାଙ୍କୁ ଏହି ସିରିଜରେ ଏକ ସୁଯୋଗ ଦେବାକୁ ଚାହୁଁଥିଲୁ। ସେ ଏହି ସୁଯୋଗର ଲାଭ ଉଠାଇଲେ। ଦ୍ୱିତୀୟ ଦିନିକିଆ ମ୍ୟାଚରେ, ଆମେ 40 ରନରେ 2 ୱିକେଟ ହରାଇ ଚାପରେ ଥିଲୁ। ସେ ସେହି ପରିସ୍ଥିତିରୁ ବାହାରି ଆସିଲେ ଏବଂ ଏକ ଶତକ ହାସଲ କଲେ। ଏହା ତାଙ୍କର ଦକ୍ଷତାକୁ ଦର୍ଶାଏ।”
![]()
ଯଶସ୍ୱୀ ଜୟସ୍ୱାଲଙ୍କ ବିଷୟରେ ଗମ୍ଭୀର କହିଛନ୍ତି ଯେ ଏହା ଜୟସ୍ୱାଲଙ୍କ କ୍ୟାରିୟରର ଆରମ୍ଭ। ସେ ଜଣେ ପ୍ରତିଭାଶାଳୀ ଖେଳାଳି, ଏବଂ ଆମେ ସମସ୍ତେ ଦେଖିଛୁ ଯେ ସେ ଟେଷ୍ଟ କ୍ରିକେଟରେ କ’ଣ କରିପାରିବେ। ଗମ୍ଭୀର କହିଛନ୍ତି ଯେ ଗାୟକୱାଡ ଏବଂ ଜୟସ୍ୱାଲ ଉଭୟଙ୍କୁ ସୁଯୋଗ ମିଳିବ। ଉଭୟଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ଆଘାତ ଯୋଗୁଁ ଅଧିନାୟକ ଶୁଭମନ ଗିଲ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ସ୍ଥାନ ପାଇପାରି ନଥିଲେ। ସେମାନଙ୍କ ଅନୁପସ୍ଥିତିରେ ଋତୁରାଜ ଗାୟକୱାଡଙ୍କୁ ସୁଯୋଗ ଦିଆଯାଇଥିଲା। ଗାୟକୱାଡ ପ୍ରଥମ ମ୍ୟାଚ୍ରେ ବଡ଼ ସ୍କୋର କରିପାରି ନଥିଲେ, କିନ୍ତୁ ଦ୍ୱିତୀୟ ଦିନିକିଆରେ ସେ ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଗାୟକୱାଡ 83 ବଲ୍ରେ 12 ଚୌକା ଏବଂ ଦୁଇଟି ଛକା ମାରି 105 ରନ୍ କରିଥିଲେ।
ଶୁଭମନ ଗିଲଙ୍କ ଅନୁପସ୍ଥିତି ଯୋଗୁଁ ଯଶସ୍ୱୀ ଜୟସ୍ୱାଲଙ୍କୁ ରୋହିତ ଶର୍ମାଙ୍କ ସହିତ ଇନିଂସ ଓପନ କରିବାର ସୁଯୋଗ ମଧ୍ୟ ମିଳିଥିଲା। ପ୍ରଥମ ଦୁଇଟି ଦିନିକିଆରେ ଜୟସ୍ୱାଲ ବହୁତ କମ ରନରେ ଆଉଟ ହୋଇଥିଲେ। ବିଶାଖାପାଟଣାରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ସେ ତାଙ୍କ ODI କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ, ଯେଉଁଥିରେ ସେ ୧୨୧ ବଲ୍ରେ ୧୨ ଚୌକା ଏବଂ ୨ଟି ଛକା ସହିତ ୧୧୬ ରନ୍ କରିଥିଲେ ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଏହି ଶତକ ସହିତ ଜୟସୱାଲ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଥିଲେ।
