fbpx

ଜୁନିଅର ହକି ବିଶ୍ୱକପ: ଦ୍ୱିତୀୟ ମ୍ୟାଚରେ ହାରିଲା ପାକିସ୍ତାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ହକି ୨୦୨୧ ଆଜିଠାରୁ ଆରମ୍ଭ ହୋଇଛି । ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି ଜର୍ମାନୀ । ୫-୨ ଗୋଲରେ ପାକିସ୍ତାନକୁ ହରାଇଛନ୍ତି ଜର୍ମାନୀ । ୨ଟି ଗୋଲ ଦେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଡକ୍ସଚର ରୋବର୍ଟ । ଏବେ ପୋଲାଣ୍ଡ ଓ କାନାଡା ମଧ୍ୟରେ ଚାଲିଛି ତୃତୀୟ ମ୍ୟାଚ୍ ।

ତେବେ ଉଦଘଟନୀ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ବେଲଜିୟମ । ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ୫-୧ଗୋଲରେ ପରାସ୍ତ କରିଛି । ବେଲଜିୟମ ପକ୍ଷରୁ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି ଡି.ରୋମାନ । ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭାରତ ଓ ଫ୍ୟାନ୍ସ ମୁକାବିଲା ହେବ ।

Get real time updates directly on you device, subscribe now.