fbpx

ଭ୍ୟାକ୍ସିନ ଲଗାନ୍ତୁ, ମାଗଣାରେ ବିୟର ପିଅନ୍ତୁ: ଜାଣନ୍ତୁ କେଉଁଠି ଦିଆଯାଉଛି ଏମିତି ଅଫର

ୱାଂଶିଟନ ୧୬ ।୦୫: କରୋନା ମହାମାରୀର ସଫଳ ମୁକାବିଲା  ଏବଂ ଏହାର ନିୟନ୍ତ୍ରଣ ପାଇଁ ସମଗ୍ର ଦୁନିଆରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ କରୋନା ଟେଷ୍ଟିଂ ସହ ଟିକାକରଣ ଅଭିଯାନ ପ୍ରତି ଗୁରୁତ୍ୱାରୋପ କରାଯାଉଛି । ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଟିକା ନେବାକୁ ଲୋକେ ସଙ୍କୋଚ କରୁ୍‌ଛନ୍ତି । ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାରେ ଲୋକଙ୍କୁ ଟିକାକରଣ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ମାଗଣାରେ ବିୟର ଅଫର କରାଯାଉଛି ।

ପଶ୍ଚିମ ନ୍ୟୁୟର୍କର ଏରି କାଉଂଟିରେ ଟିକାକରଣ ଲାଗି ଯୁବ ବର୍ଗଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଖାସ୍ ଅଫର ଦିଆଯାଉଛି । ଶନିବାର ସେହି ଲୋକଙ୍କ ସର୍ଭେ କରାଯାଇଛି ଯେଉଁମାନଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ରହିଛି । ଏହି ବର୍ଗର ଯୁବକଙ୍କୁ ଟିକା ନେଲେ ପିଇବାକୁ ମାଗଣାରେ ବିୟର ଦିଆଯାଉଛି ।

ଏରି କାଉଂଟିର ସ୍ୱାସ୍ଥ୍ୟ କମିଶନର ଡ. ବର୍ଣ୍ଣଷ୍ଟିନ କହିଛନ୍ତି, ତାଙ୍କ ପ୍ରଶାସନର ଜଣେ ଅଧିକାରୀ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରସ୍ତାବ ଦେଇଛନ୍ତି । କାରଣ ଟିକାକରଣରେ ୨୦ ରୁ ୩୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ଭାଗିଦାରୀ ଏବଂ ଉତ୍ସାହ କମ ରହିଛି । ଏହି ବର୍ଗରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ରହିଛି । ଏଥିପାଇଁ ଟିକାକରଣ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ଯୁବ ବର୍ଗଙ୍କୁ ବିୟର ଅଫର କରାଯାଉଥିବା ସ୍ୱାସ୍ଥ୍ୟ କମିଶନର କହିଛନ୍ତି।

Get real time updates directly on you device, subscribe now.