fbpx

ସହଜରେ ମିଳିବ କନଫର୍ମ ଟିକେଟ: ନୂତନ ବ୍ୟବସ୍ଥା ଲଞ୍ଚ କଲା IRCTC

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ଗମନାଗମନର ଅନ୍ୟତମ ସୁବିଧା ମାଧ୍ୟମ ହୋଇଥିବା ବେଳେ କନଫର୍ମ ଟିକେଟ ମିଳିବା କିନ୍ତୁ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ରହିଥାଏ । ଏଣିକି ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହା ପୂର୍ବରୁ କନଫର୍ମ ଟିକଟ ପାଇଁ ତକ୍ରାଳ ଅଥବା ଏଜେଣ୍ଟଙ୍କ ଚକ୍କର କାଟିବାକୁ ପଡୁଥିବା ବେଳେ ବର୍ତ୍ତମାନ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଟ୍ରେନର କୌଣସି ବର୍ଥରେ ସିଟ୍ ଖାଲିହେଲେ ତୁରନ୍ତ ଆପଣଙ୍କୁ ଆଇଆରସିଟିସି ପକ୍ଷରୁ ନୋଟିଫିକେଶନ ମିଳିବ ଏବଂ ଆପଣ କନଫର୍ମ ଟିକଟ ବୁକିଂ କରିପାରିବେ । ଏହି ସୁବିଧା ଆଗରୁ ନଥିବା ବେଳେ ବର୍ତ୍ତମାନ ଏହା ଲଞ୍ଚ କରାଯାଇଛି ।

ଆଇଆରସିଟିସି ପକ୍ଷରୁ ନୂତନ ଭାବରେ ପୁଶ୍ ନୋଟିଫିକେସନ୍ ଲଞ୍ଚ କରାଯାଇଛି । ଏହି ସୁବିଧା ଅନୁଯାୟୀ ଟ୍ରେନର କେଉଁ ବର୍ଥରେ ସିଟ୍ ଖାଲି ହେଉଛି ଏହାର ସୂଚନା ଆପଣଙ୍କୁ ମୋବାଇଲରେ ମିଳିପାରିବ । ଆଇଆରସିଟିସି ପକ୍ଷରୁ ଏହାର ୱେବସାଇଟ୍ ଅପଡେଟ୍ କରାଯିବା ସହିତ ଏହି ସମସ୍ତ ବୈଶିଷ୍ଟ୍ୟ ଯୋଡି ହୋଇ ଯାଇଛି । ଟିକେଟ କରୁଥିବା ସମୟରେ ଯଦି କନଫର୍ମ ଟିକେଟ ନମିଳୁଛି ତେବେ ଆପଣ ପୁଶ ନୋଟିଫିକେସନ ଉପରେ କ୍ଲିକ୍ କରି ପାରିବେ । ମେସେଜ ଜରିଆରେ ମଧ୍ୟ ଏହି ସୁବିଧାର ଲାଭ ଉଠାଯାଇ ପାରିବ ।

ଧରିନିଅନ୍ତୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆପଣଙ୍କୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାର ଅଛି । ଆପଣଙ୍କୁ ଟିକେଟ ମିଳିନଥିବା ବେଳେ ଆପଣ ପୁଶ ନୋଟିଫିକେସନ ଅନ୍ କରିଛନ୍ତି । ଫଳରେ ପରବର୍ତ୍ତୀ ସମୟରେ କୌଣସି ଟିକଟ କ୍ୟାନ୍ସଲ ହେଲେ ତୁରନ୍ତ ଆପଣଙ୍କୁ ନୋଟିଫିକେସନ ମିଳିବ ଏବଂ ଆପଣ ସହଜରେ ଯାତ୍ରା କରିପାରିବେ । ଏହି ନୋଟିଫିକେସନ୍ ଆପଣଙ୍କୁ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ମିଳି ପାରିବ । ଏହି ସେବା ପାଇଁ ଆଇଆସିଟିସିକୁ କୌଣସି ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.