fbpx

ପିଏମୟୁୱାଇ ଅଧୀନରେ ମିଳିବ ମାଗଣା ଏଲପିଜି ଗ୍ୟାସ୍ କନେକ୍ସନ୍, ଲାଭ ଉଠାଇବାକୁ ଚାହୁଁଥିଲେ କରନ୍ତୁ ଏହିପରି ଭାବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ମାଗଣାରେ ଏଲପିଜି ସଂଯୋଗ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଗରିବ ପରିବାର ମାନଙ୍କୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ଯୋଗାଇବା ପାଇଁ ମେ ୨୦୧୬, ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାମାନଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦିଆଯାଇଥିଲା । ବର୍ତ୍ତମାନ ଖୁବ୍ ଶୀଘ୍ର ଏହି ଯୋଜାନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।

ବିଜନେସ୍ ଷ୍ଟାଣ୍ଡାର୍ଡର ଖବର ଅନୁଯାୟୀ, ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପର୍ଯ୍ୟାୟରେ ନିୟମ ଗୁଡିକରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ସବୁ ନିୟମ ପୂର୍ବବତ୍ ରହିଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟର ରୂପରେଖାକୁ ଅନ୍ତିମରୂପ ଦେଇଛନ୍ତି ଏବଂ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

କିପରି କରିବେ ଆବେଦନ:

୧. ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୱେବସାଇଟ୍ pmujjwalayojana.com କୁ ଯିବାକୁ ପଡିବ ।

୨. ୱେବସାଇଟ୍ ଖୋଲିବା ପରେ ହୋମ୍ ପେଜରେ ଏକ ଫର୍ମ ନଜର ଆସିବ । ତାକୁ ଡାଉନ୍ ଲୋଡ଼ କରିବା ପାଇଁ ଥିବା ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

୩. କ୍ଲିକ୍ କରିବା ମାତ୍ରେ ଫର୍ମଟି ସ୍କ୍ରିନ୍ ରେ ଆସିଯିବ । ଏହାପରେ ସେଥିରେ ଦେଇଥିବା ନାମ, ଇମେଲ୍ ଆଇଡି, ଠିକଣା, ଫୋନ୍ ନମ୍ବର ଏବଂ କ୍ୟାପ୍ଚା ଭରିବାକୁ ପଡ଼ିବ । ଏହାପରେ ଓଟିପି ଜେନେରେଟ୍ ପାଇଁ କ୍ଲିକ୍ କରିବାକୁ ପଡିବ ।

୪. ଏହାପରେ ଫର୍ମ ଡାଉନ୍ ଲୋଡ଼ କରିଦିଅନ୍ତୁ । ତାପରେ ଏହାକୁ ନିକଟରେ ଥିବା ଏଲପିଜି ଏଜେନ୍ସିରେ ଜମା କରନ୍ତୁ ।

୫. ଫର୍ମ ସହିତ ଆଧାର କାର୍ଡ, ଠିକଣା ପ୍ରମାଣପତ୍ର ଏବଂ ଫଟୋ ଆଦି ଦେବାକୁ ପଡିବ ।

୬. ଏହାପରେ ଦସ୍ତାବିଜ୍ ଯାଞ୍ଚ ପରେ ଆପଣଙ୍କୁ ଏଲପିଜି ଗ୍ୟାସ୍ କନେକସନ୍ ମିଳିଯିବ ।

Get real time updates directly on you device, subscribe now.