ମହଙ୍ଗା ପଡ଼ିଲା ବିଧବା ପ୍ରେମ; ଅଭିଯୋଗ ପରେ ରୋମିଓ ଫେରାର

ସାଇକୃପା ଦାସ ନିଜକୁ ରାଜଧାନୀ ଭୁବନେଶ୍ୱର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ଆଉ ରଶ୍ମୀଙ୍କ ସହିତ କଥା ହୋଇଥିଲେ

ବ୍ରହ୍ମପୁର: ରୋମିଓ ରାଜା। ଜଣେ କି ଦୁଇ ଜଣ ନୁହେଁ, ୩୦ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ସେମାନଙ୍କ ସହିତ ମିଛ ରୋମାନ୍ସ କରୁଥିଲେ। ବାହାନା କରି ଟଙ୍କା ଆଦାୟ କରୁଥିଲେ। ତା’ପରେ ଗାଏବ ହୋଇଯାଉଥିଲେ। ଭୁଲ ଚାଲୁଥିଲା ବେପାର। ହେଲେ ଭଞ୍ଜନଗର ଥାନା ଅଞ୍ଚଳର ଜଣେ ବିଧାବାଙ୍କୁ ଭଲ ପାଇ ୬୦ ଲକ୍ଷ ଟଙ୍କା ହଡ଼ପ୍ କରିବା ମହଙ୍ଗା ପଡ଼ିଲା।

ବ୍ରହ୍ମପୁର ସାଇବର ଥାନା ପୋଲିସ ମାମଲାରୁ ଖୋତାଡ କରୁଥିବା ବେଳେ ଏପରି ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରୋମଓ ରାଜା ହେଉଛନ୍ତି ରାକେଶ ରାଜପୁତ। କିନ୍ତୁ ସାଇକୃପା ଦାସ ନାଁରେ ଖେଳ କରୁଥିଲେ।

ରାକେଶ ରାଜପୁରଙ୍କ ଶିକାର କରିବା ଷ୍ଟାଇଲ ଟିକେ ଅଲଗା। ସେ ସାଇକୃପା ଦାସ ନାଁରେ ମାଟ୍ରୋମୋନି ସାଇଟ୍‌ରେ ଗୋଟିଏ ପ୍ରୋଫାଇଲ ଖୋଲିଥିଲେ। ସେଠି ମାଟ୍ରୋମୋନି ସାଇଟ୍‌ରେ ଦ୍ୱିତୀୟ ବିବାହ ପାଇଁ ନାଁ ପଞ୍ଜୀକରଣ କରିଥିଲେ ଭଞ୍ଜନଗର ଥାନା ଅଞ୍ଚଳର ବିଧବା ରଶ୍ମୀ(ଛଦ୍ମନାମ)। ତାଙ୍କର ବୟସ (୩୧) ହେବ।

ସାଇକୃପା ଦାସ ନିଜକୁ ରାଜଧାନୀ ଭୁବନେଶ୍ୱର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ଆଉ ରଶ୍ମୀଙ୍କ ସହିତ କଥା ହୋଇଥିଲେ। ରଶ୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ। ପରବର୍ତ୍ତୀ ସମୟରେ ଫୋନ୍ ନମ୍ବର ନେଇ ନିୟମିତ କଥାବାର୍ତ୍ତା କରୁଥିଲେ। ମିଠା ମିଠା କଥା ରଶ୍ମୀଙ୍କ ମନ ଜିଣିଥିଲେ।

ଯାହାଫଳରେ ଉଭୟଙ୍କ ଭିତରେ ଆତ୍ମିୟତା ବଢ଼ି ଯାଇଥିଲା। ଏହାର ସୁଯୋଗ ନେଇ ସାଇକୃପା ଖେଳିଥିଲା ଚାଲ। ବାପା ଦେହ ଅସୁସ୍ଥର ବାହାନା କରି ରଶ୍ମୀଙ୍କ ପାଖକୁ ଫଟୋ ଓ ମେଡିକାଲ ରିପୋର୍ଟ ପଠାଇ ଚିକିତ୍ସା ପାଇଁ ଟଙ୍କା ମାଗିଥିଲା।

Uttarakhand Govt.

ରଶ୍ମୀ ତାଙ୍କ କଥାକୁ ବିଶ୍ୱାସ କରି ପାଖରେ ଥିବା କିଛି ଟଙ୍କା ଦେଇଥିଲେ। ସେଥିରେ ସନ୍ତୁଷ୍ଟ ନଥିଲେ ଅଭିଯୁଂକ୍ତ। ସେ ଆହୁରି ଟଙ୍କା ମାଗିଥିଲେ। ଶେଷରେ ନିଜର ସୁନା ଅଳଙ୍କାର ବ୍ୟାଙ୍କରେ ବନ୍ଧକ ରଖି ଓ ଧାରଓଧାର କରି ଟଙ୍କା ଦେଇଥିଲେ। ୨୦୨୪ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦ ଟଙ୍କା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ପରବର୍ତ୍ତୀ ସମୟରେ ସାଇକୃପା ଦାସଙ୍କୁ ଫୋନ କରିଥିଲେ ରଶ୍ମୀ। ବାହା ହେବା ପାଇଁ କହିଥିଲେ। ହେଲେ ସେ ଧରାଛୁଆଁ ଦେଉନଥିଲେ। ବାହାନା କରି ଖସି ବୁଲୁଥିଲେ। ଏପରିକି ନେଇଥିବା ଟଙ୍କା ଫେରାଇ ନଥିଲେ। ଶେଷରେ କିଛି ଉପାୟ ନପାଇ ମହିଳା ଜଣକ ଭୁବନେଶ୍ୱର ଆସିଥିଲେ। ଏଠାରେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ପ୍ରେମିକଙ୍କୁ ଖୋଜିଥିଲେ। ହେଲେ ତାଙ୍କ ପର୍ତ୍ତା ପାଇନଥିଲେ।

ପ୍ରେମିକଙ୍କୁ ନପାଇ ମହିଳା ଜଣକ ଭୁବନେଶ୍ୱର ସାଇବର ଥାନାରେ ଜିରୋ ଏଫ୍ଆଇଆର୍ ଦେଇଥିଲେ। ଭୁବନେଶ୍ୱର ସାଇବର ଥାନା ପୋଲିସ ମାମଲାକୁ ଗଞ୍ଜାମ ସାଇବର ଥାନାକୁ ସ୍ଥାନାନ୍ତର କରିଥିଲା। ଏହା ପରେ ପୋଲସ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ମୋବାଇଲ୍ ଟ୍ରାକିଂ କରିବା ସହ ଟଙ୍କା ନେଣଦେଣ ତଥ୍ୟକୁ ଯାଞ୍ଚ କରିଥିଲା। ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଅଭିଯୁକ୍ତ ଚିହ୍ନଟ କରିଥିଲା ପୋଲିସ।

ନିଜକୁ ସାଇକୃପା ବୋଲି ପରିଚୟ ଦେଇ ରୋମିଓ ସାଜିଥିବା ଅଭିଯୁକ୍ତ ହେଉଛି ରାକେଶ ରାଜପୁତ। ତଦନ୍ତରୁ ଜଣାପଡ଼ି ରାକେଶ ୩୦ରୁ ଅଧିକ ଝିଅକୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ଠକି ନେଇଛି। ହେଲେ ଲୋକ ଲଜ୍ଜା ଭୟରେ କେହି ସାମ୍ନାକୁ ଆସିବାକୁ ସାହାସ କରିପାରୁ ନାହାନ୍ତି। ବର୍ତ୍ତମାନ ସେ ଫେରାର ଅଛି। ଗଞ୍ଜାମ ପୋଲିସ ତାଙ୍କୁ ଖୋଜୁଛି।

ଅନ୍ୟପକ୍ଷରେ ମୁଖ୍ୟଅଭିଯୁକ୍ତଙ୍କ ସହଯୋଗୀ ଉତ୍ତମ କୁମାର ସାହୁଙ୍କୁ କନ୍ଧମାଳରୁ ଗିରଫ କରିଛି ପୋଲିସ। ସେ ଜଣେ ବି-ଟେକ୍ ଛାତ୍ର। ପାଠ ପଢ଼ା ପରେ ସେ ସାଇବର ଠକେଇ କରୁଥିବା ତଦନ୍ତରୁ ଜଣାପଡିଛି। ପୋଲିସ ଅଭିଯୁକ୍ତଠାରୁ ଗୋଟିଏ ମୋବାଇଲ, ନଗଦ ୧୦ ହଜାର ଟଙ୍କା, ଏଟିଏମ୍ କାର୍ଡ, ପରିଚୟପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଏନେଇ ସୂଚନା ଦେଇଛି ଗଞ୍ଜାମ ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।