fbpx

ସକାଳୁ ଉଠିବା ପରେ କରନ୍ତୁ ଏହିସବୁ କାମ, ଅଳ୍ପ ଦିନରେ ହ୍ରାସ ପାଇବା ଓଜନ

ଓଡିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ସମସ୍ତଙ୍କ ଇଛା ପତଳା ହୋଇ ଫିଟ ନଜର ଆସିବେ । ହେଲେ ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ହୁଏ ନାହିଁ । କିନ୍ତୁ କିଛି ଅଭ୍ୟାସ ଏପରି ରହିଛି ଯାହାକୁ ପ୍ରତିଦିନ ସକାଳ ସମରେ କରିବା ଦ୍ୱାରା ଆପଣ ଏକଦମ ଫିଟ ରହିବେ ଓ ଓଜନ ମଧ୍ୟ କମ ରହିବ । ଯେଉଁମାନେ ପତଳା ହେବାକୁ ଚାହୁଛନ୍ତି ଓ ସବୁଦିନ ସକାଳେ ଭାବୁଛନ୍ତି କେମିତି ଓଜନ କମ କରିବେ ତେବେ ଏକଥା ମନରେ ରଖନ୍ତୁ ଯେ ବର୍ଷ ବର୍ଷ ଧରି ଯେଉଁଭଳି ଭାବେ ଧିରେ ଧିରେ ଓଜନ ବଢ଼ିଥିଲା, ସେମିତି ଧିରେ ଧିରେ ଓଜନ କମ ହେବ। ମୋଟାପଣ କମ କରିବା କମ ବଡ଼ ଚ୍ୟାଲେଞ୍ଜ ନୁହେଁ। ଏଥିପାଇଁ ଡାଏଟ, ବ୍ୟାୟାମ ସହିତ ସ୍ବାସ୍ଥ୍ୟକର ରୁଟିନ ବି ଅନୁସରଣ କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ଅନୁସାରେ ଡାଏଟ ଓ ଫିଜିକାଲ ଫିଟନେସ ବ୍ୟତୀତ ଦୈନନ୍ଦିନ ଅଭ୍ୟାସ ବି ଓଜନକୁ ପ୍ରଭାବିତ କରିଥାଏ। ତେବେ ଆଜି ଆମେ ଜାଣିବେ କିପରି ସକାଳେ କିଛି ଏପରି କାମ କରିବା ଦ୍ୱାରା ଓଜନ ହ୍ରାସ ପାଇବ ।

1. ଗରମ ପାଣି ପିଅନ୍ତୁ

ଓଜନ କରିବା ଲାଗି ସକାଳୁ ଉଠି ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ପେଟ ସଫା ହୋଇ ମେଟାବଲିଜମ ବଢ଼ିଥାଏ। ଆୟୁର୍ବେଦ ଅନୁସାରେ ସକାଳୁ ଦୁଇ କପ ଉଷୁମ ପାଣି ପିଇବା ଦ୍ବାରା ଶରୀର ପୂରା ଦିନ ଏନର୍ଜେଟିକ ରହିଥାଏ। ଗରମ ଦିନେ ବି ସକାଳୁ ଉଷୁମ ପାଣି ପିଇ ପାରିବେ। ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରିପାରିବେ।

2. ବ୍ୟାୟାମ

ମୋଟାପଣ କମ କରିବା ଲାଗି ସକାଳୁ ନିହାତି ବ୍ୟାୟାମ କରିବା ଉଚିତ । ଏପରି କରିବାଦ୍ୱାରା ଜମା ହୋଇଥିବା ଫ୍ୟାଟ କମିଯାଏ। ତେଣୁ ସକାଳ ଅଭ୍ୟାସରେ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ। ସକାଳୁ ବ୍ୟାୟାମ କରିବା ଦ୍ବାରା ମେଟାବଲିଜମ ବୁଷ୍ଟ ହୋଇଥାଏ ।

3. ବ୍ରେକଫାଷ୍ଟ

ଦିନର ଆରମ୍ଭ ହେଲଦି ବ୍ରେକଫାଷ୍ଟରୁ କରିବା ଉଚିତ। ସମସ୍ତ ପ୍ରକାର ପୋଷକତତ୍ତ୍ବ ରହିଥିବା ବ୍ରେକଫାଷ୍ଟ କରନ୍ତୁ। ଏଥିରେ ପ୍ରୋଟିନ ଓ ଫାଇବର ବି ସାମିଲ ହେବା ଉଚିତ। ହାଇ ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଫଳରେ ପେଟ ଦୀର୍ଘ ସମୟ ଭରି ରହିଥାଏ। ଏହା ଓଜନ ହ୍ରାସରେ ସାହାଯ୍ୟ କରିଥାଏ। ସକାଳ ଜଳଖିଆରେ ଅଣ୍ଡା, କ୍ଷୀର, ଡ୍ରାଏଫ୍ରୁଟସ, ଶସ୍ୟଗଜା, ବ୍ରାଉନ ବ୍ରେଡ, ଶେକ, ସ୍ମୁଦି ସାମିଲ କରିପାରିବେ।

 

Get real time updates directly on you device, subscribe now.